ମହଲତ ଦୋହରାଇଲେ ମୋଦି ! କହିଲେ, ଆଉ ୨୦ଦିନ ପରେ ଧୀରେ ଧୀରେ ସୁଧୁରିବ ସ୍ଥିତି

19

କନକ ବ୍ୟୁରୋ : ପୁଣି ୫୦ ଦିନର ମହଲତର କଥା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିମୁଦ୍ରାକରଣ ଯୋଗୁଁ ଲୋକ ଅସୁବିଧା ଭୋଗିବା କଥା ସେ ଆଗରୁ କହିଛନ୍ତି ଏବଂ ଏହି କଷ୍ଟ ୫୦ଦିନ ପରଠାରୁ କମିବ ବୋଲି ଗୁଜୁରାଟର ଦିଶାରେ ଏକ ଜନସଭାରେ ମୋଦି କହିଛନ୍ତି । ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ ହେବା ପରେ ଆତଙ୍କବାଦୀଙ୍କ ଅଂଟା ଭାଙ୍ଗିଯାଇଛି । ସେପଟେ ସଂସଦରେ ବିରୋଧୀଙ୍କ ଆଚରଣ ରାଷ୍ଟ୍ରପତିଙ୍କୁ ବ୍ୟଥିତ କରିଛି ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ।