ଭାରତୀୟ ରାଜନୀତିରେ ମୋଦି ସବୁଠାରୁ ଲୋକପ୍ରିୟ ରାଜନେତା ! ରାହୁଲଙ୍କ ଠାରୁ ୩୦ ପଏଂଟ ଆଗରେ ପ୍ରଧାନମନ୍ତ୍ରୀ

25

ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଧୀରେ ଧୀରେ ବଢ଼ିବାରେ ଲାଗିଛି । କେବଳ ଭାରତରେ ନୁହେଁ, ବିଶ୍ୱରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ପ୍ରଭାବ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଭାରତୀୟଙ୍କ ସମେତ ବିଦେଶୀମାନେ ମଧ୍ୟ ମୋଦିଙ୍କୁ ପସନ୍ଦ କରୁଛନ୍ତି । ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦି ଏବେ ବି ସବୁଠାରୁ ଲୋକପ୍ରିୟ । ଆମରିକାର PEWର ଅଧ୍ୟୟନ ଅନୁସାରେ ଏହି ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ସର୍ଭେରେ ୨,୪୬୪ ଭାରତୀୟ ଭାଗ ନେଇଥିଲେ । ଏହି ସର୍ଭେରେ ମୋଦିଙ୍କୁ ୮୮ ପ୍ରତିଶତ, ରାହୁଲଙ୍କୁ ୫୮ ପ୍ରତିଶତ ଭୋଟ ମିଳିଛି । ରାହୁଲଙ୍କ ଠାରୁ ୩୦ ପଏଣ୍ଟ ଆଗରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିଭଳି ୫୭ ପ୍ରତିଶତ ଭୋଟ୍ ପାଇ ମୋଦିଙ୍କଠାରୁ ୩୧ ପ୍ରତିଶତ ପଛରେ ଅଛନ୍ତିି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୩୯ ପ୍ରତିଶତ ଭୋଟ୍ ପାଇଛନ୍ତି । ଚଳିତ ବର୍ଷ ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୦ ତାରିଖ ମଧ୍ୟରେ ୨୪୬୪ ଜଣଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା ।

PEW ଅନୁସାରେ ଚଳିତ ବର୍ଷ ଫେବୃୟାରୀ ମାସରୁ ମାର୍ଚ୍ଚ ମାସ ମଧରେ ଏହି ସର୍ଭେ କରାଯାଇଥିଲା । ଯେଉଁଠି ଜଣାପଡ଼ିଛି ମୋଦି ହେଉଛନ୍ତି ଲୋକଙ୍କ ସବୁଠାରୁ ପ୍ରିୟ ରାଜନେତା । ସର୍ଭେରୁ ଜଣାପଡିଛି ଲୋକ ମୋଦିଙ୍କ ଉପରେ ସକରାତ୍ମକ ଚିନ୍ତାଧାରା ରହିଛି । ଯାହାଦ୍ୱାରା ଦେଶର ଅର୍ଥନୀତି ଉପରେ ଭରସା ସୃଷ୍ଟି କର଼ୁଛି । ୧୦ ରୁ ୮ ଜଣଙ୍କ କହିବା ଅନୁସାରେ ଦେଶର ବର୍ତ୍ତମାନ ଆର୍ଥିକ ସ୍ଥିିତି ଭଲ ରହିଛି । ଏହାବ୍ୟତୀତ ପ୍ରାୟ ୩୦ ପ୍ରତିଶତ ଲୋକ କହିଛନ୍ତି ଦେଶର ଅର୍ଥନୀତିରେ ଅବସ୍ଥା ବହୁତ ଭଲ ରହିଛି । ଲୋକଙ୍କ କହିବା କଥା ହେଲା ମୋଦିଙ୍କ ଶାସନକାଳ ଭିତରେ ଅର୍ଥନୀତି ତିନି ଗୁଣ ଭଲ ହୋଇଛି ।

ସର୍ଭେ ଅନୁସାରେ, ୧୦ରୁ ୭ ଜଣ ଭାତୀୟ ଦେଶର ବତ୍ତର୍ମାନ ସ୍ଥିିତି ନେଇ ସନ୍ତୁଷ୍ଟ ଅଛନ୍ତି । ୨୦୧୪ ପରେ PEWରେ କୁହାଯାଇଛି, ଭାରତର ଦକ୍ଷିଣୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ତେଲଙ୍ଗାନାରେ ୧୦ରୁ ୯ ଜଣ ଲୋକ ମୋଦିଙ୍କୁ ପସନ୍ଦ କରନ୍ତି । ସେହିପରି ମହାରାଷ୍ଟ୍ର, ଗୁଜରାଟ, ଓ ଛତିିଶଗଡ଼ରେ ମଧ୍ୟ ୧୦ରୁ ୯ ଜଣ ଲୋକେ ମୋଦିଙ୍କୁ ପସନ୍ଦ କରନ୍ତି । ବିହାର, ଝାଡ଼ଖଣ୍ଡ, ଓଡ଼ିଶା , ୱେଷ୍ଟ ବେଙ୍ଗଲ, ଦିିଲ୍ଲୀ, ହରିୟାଣା, ପଞ୍ଜାବ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ପ୍ରତି ୧୦ ଜଣରୁୁ ୮ ଜଣ ଲୋକ ମୋଦିଙ୍କ କାମରେ ସନ୍ତୁଷ୍ଟ ଅଛନ୍ତି । ରିପୋର୍ଟ ଅନୁସାରେ କୁହାଯାଇଛି, ୨୧୦୫ ପରେ ଦଶର ଉତ୍ତର ଭାଗରେ ମୋଦିଙ୍କ ଲୋକପ୍ରିୟତାରେ କୌଣସି ପରିବର୍ତ୍ତନ ଆସିନାହିଁ । ପଶ୍ଚିମ ଓ ଦକ୍ଷିଣ ଭାଗରେ ଲୋକପ୍ରିୟତା ବଢ଼ିବା ସହ ପୂର୍ବ ଭାଗରେ ମୋଦିଙ୍କ ଲୋକପ୍ରିୟତା କମିଛି ।