ପ୍ରଧାନମନ୍ତ୍ରୀଙ୍କ ମେଦିନାପୁର ରାଲିରେ ପେଣ୍ଡାଲ ଖସିପଡିବା ଘଟଣା : ଗୃହ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ମଗାଗଲା ରିପୋର୍ଟ

26

କନକ ବ୍ୟୁରୋ : ସେମାବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମେଦିନାପୁରଠାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏକ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ସେହିଠାରେ ପ୍ରସ୍ତୁତ ହୋଇଥିବା ପେଣ୍ଡାଲ ଖସି ୯୦ ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣାରେ କେନ୍ଦ୍ରସରକାର ସେଠାକାର ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ହେଲା ଓ ଏଥିପାଇଁ କିଏ ଦାୟୀ ସେ ବିଷୟରେ ଲିଖିତ ଆକାରରେ ରିପୋର୍ଟ ଦେବା ପାଇଁ କୁହାଯାଇଛି । ତେବେ ପେଣ୍ଡଲର ମୁଖ୍ୟ ଦ୍ୱାରରେ ସମାବେଶକୁ ଆସିଥିବା ଲୋକମାନଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ ନିର୍ମାଣ କରାଯାଇଥିଲା । ତେବେ ମୋଦି ଭାଷଣ ଦେବା ସମୟରେ ଏହା ଭୁଶୁଡି ପଡିଥିଲା । ତେବେ ଗୃହ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ମଗାଯାଇଛି । ଏହାସହ ସେଠାକାର ସରାକାର ଏହାକୁ ଯାଞ୍ଚ କରିଥିଲା କି ନାହିଁ ତାହା ମଧ୍ୟ ଉଲ୍ଲେଖ କରିବା ପାଇଁ କୁହାଯାଇଛି ।

ମୋଦି ଭାଷଣ ଦେଉଥିବା ସମୟରେ ଏହା ଭୁଶୁଡି ପଡିବାର ଦେଖିବାରୁ ସେହି ସମୟରେ ତାଙ୍କ ପାଖରେ ଛିଡା ହୋଇଥିବା ଯବାନମାନଙ୍କୁ ଲୋକମାନଙ୍କ ସହାୟତା କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ମେଦିନାପୁରର ଆରକ୍ଷୀ ଅଧିକ୍ଷକ କହିଛନ୍ତି ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିସାô କରାଯାଉଛି । ଆହତଙ୍କ ମଧ୍ୟରେ ୫୦ ଜଣ ମହିଳାଥିବା ଜଣାପଡିଛି । ପରେ ମୋଦି ମଧ୍ୟ ଆହତଙ୍କୁ ଭେଟିବା ପାଇଁ ମେଡିକାଲରେ ପହଞ୍ଚିଥିବା ଜଣାପଡିଛି । ମୋଦିଙ୍କ ସହ ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ମଧ୍ୟ ମେଡିକାଲ ଯାଇଥିଲେ । ତେବେ ଏହି ସମୟରେ ଜଣେ ଆହତ ହୋଇଥିବା ମହିଳା ମୋଦିଙ୍କୁ ଅଟୋଗ୍ରାଫ ମାଗିଥିଲେ ମୋଦି ମଧ୍ୟ ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ସମସ୍ତ ଆହତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଚିକିତ୍ସା କରାଯିବ । ଏହାସହ ମମତା ତାଙ୍କ ଟୁଇଟରରେ ଲେଖିଛନ୍ତି ଆହତମାନେ ଯଥାଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ଏହାହିଁ ଭଗବାନଙ୍କ ପାଖରେ ମୋର ପ୍ରାର୍ଥନା । ତେବେ ସରକାର ସେମାନଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ମମତା କହିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସେହି ପେଣ୍ଡଲ ଉପରେ ଅନେକ ଲୋକ ଚଢିଯାଇଥିଲେ । ତେଣୁ ଭାରସ୍ୟାମୀୟ ହରାଇ ତାହା ଗଳିପଡିଛି ବୋଲି ସେମାନେ କହିଛନ୍ତି । ତେଣୁ ଏହି ସମୟରେ ପେଣ୍ଡଲ ତଳେ ଛିଡା ହୋଇଥିବା ଲୋକମାନେ ଆହତ ହୋଇଛନ୍ତି । ଏହି ପ୍ୟାଣ୍ଡରେ ଭାଙ୍ଗିବା ଘଟଣାରେ ବିଜେପିର ରାଷ୍ଟ୍ରୀୟ ସଚିବ ରାହୁଲ ସ୍ନିହା କହିଛନ୍ତି ଯେ, “ଏହି ସମାବେଶ ହେବା ପୂର୍ବରୁ ପଡିଆରେ କାଦୁଅ ହେବାସହ ଅତ୍ୟଧିକ ଲୋକ ସେହି ପେଣ୍ଡଲ ଉପରେ ଚଢିଯିବାରୁ ତାହା ଭାରସ୍ୟାମ ହରାଇ ଭୁଶୁଡି ପଡିଛି” । ତେବେ ସରକାରଙ୍କ ପାଖରୁ ରିପୋର୍ଟ ଆସିଲା ପରେ ଘଟଣାର ପ୍ରକୃତ ସତ୍ୟ ଜଣାପଡିବ ବୋଲି ରାହୁଲ କହିଛନ୍ତି ।