ଗୁଜରାଟରେ ଆଜି ରାଲିର ସୁପର ସଣ୍ଡେ : ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ମୋଦି ଓ ରାହୁଲଙ୍କ ଆଜି ମାରାଥନ ରାଲି

24

କନକ ବ୍ୟୁରୋ : ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ଭୋଟ ସରିଛି । ଏବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ଗୁଜରାଟରେ ଆଜି ଦେଖିବାକୁ ମିଳିବ ସୁପର ସଣ୍ଡେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ରାଲି କରିବେ ।

ମୋଦି ୪ଟି ରାଲିରେ ଉଦବୋଧନ ଦେବାକୁ ଥିବାବେଳେ ରାହୁଲ ବି କରିବେ ୪ଟି ରାଲି । ଆସନ୍ତା ୧୪ ତାରିଖରେ ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ପ୍ରଚାର ମଙ୍ଗଳବାର ସନ୍ଧ୍ୟାରେ ସରିବ ଏହି ଫେଜରେ ଗୁରୁବାରଦିନ ବାକି ୯୩ ଆସନରେ ଭୋଟିଂ ହେବ । ଗୁଜରାଟ ନିର୍ବାଚନ ମୋଦିଙ୍କ ପାଇଁ ପ୍ରତିଷ୍ଠାର ଲଢେଇ ହୋଇଥିବାବେଳେ ରାହୁଲ ଗାନ୍ଧିଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇଛି ।