ଦୂର ହେବ କି ମନୋମାଳିନ୍ୟ ? ଫୋନରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଜଣାଇଲେ ମୋଦି

42

କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଶିବସେନା ଓ ବିଜେପି ମଧ୍ୟରେ ସମ୍ପର୍କ ଭଲ ନାହିଁ । ହେଲେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡ଼ିଏକୁ ଶିବସେନାର ସମର୍ଥନ ପରେ ମୋଦି ଉଦ୍ଧବରେ ଠାକରେଙ୍କୁ ଫୋନ କରିଥିଲେ । ତେବେ ଏହି ଗୋଟିଏ ଫୋନ୍ କଲ୍ ବିଗିଡ଼ି ଯାଇଥିବା ସମ୍ପର୍କକୁ ସୁଧାରିବ ବୋଲି ବୋଲି ଆଶା କରାଯାଇଛି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏଡ଼ଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିବାରୁ ଶିବସେନା ମୁଖ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ବର୍ତ୍ତମାନ ସମୟରେ ଏନଡ଼ିଏ ଓ ସହଯୋଗୀ ମେଂଟ ଭିତରେ ମନୋମାଳିନ୍ୟ ହେବଥିବାର ଦେଖିବା ପାଇଁ ମିଳୁଛି ।

ସୂଚନାଯୋଗ୍ୟ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ଉପସଭାପତି ନିର୍ବାଚନ ପ୍ରକ୍ରିୟାରେ ଶିବସେନା ଏନଡ଼ିଏକୁ ସମର୍ଥନ ଜଣାଇଥିଲା । ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ତଥା ଜେଡ଼ିୟୁ ସାଂସଦ ହରିବଂଶ ନାରାୟଣ ସିଂ ୧୨୫ ଭୋଟ ପାଇ ବି କେ ହରିପ୍ରସାଦଙ୍କୁ ହରାଇଥିଲେ । ରାଜ୍ୟ ଉପାଧ୍ୟକ୍ଷ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀଙ୍କୁ ଶିବସେନାର ସାଂସଦମାନଙ୍କ ମଧ୍ୟ ସମର୍ଥନ ମଳିଛି । ଏହା ପୂର୍ବରୁ ଶିବସେନା କେନ୍ଦ୍ର ସରକାରଙ୍କ ବିରୋଧରେ ହୋଇଥିବା ଅନାସ୍ଥା ପ୍ରସ୍ତାବ ସମୟରେ ସମର୍ଥନ ଜଣାଇନଥିଲା । କେନ୍ଦ୍ର ସରକାର ବିରୋଧରେ ସପକ୍ଷରେ ଭାଟ କରିବା ପାଇଁ ଅମିତ ଶାହ, ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରି ଅନୁରୋଧ ମଧ୍ୟ କରିଥିଲେ । ଆଶା କରାଯାଉଥିଲା ଶିବସେନା ସରକାର ବଞ୍ଚାଇବା ପାଇଁ ଏନଡ଼ିଏକୁ ନିଶ୍ଚୟ ସମର୍ଥନ କରିବ । ତେବେ ଏପରି କିଛି ହେଲା ନାହିଁ ।

narendra modi
image courtesy-https://www.livemint.com

ବିଗତ କିଛି ଦିନ ହେବ ଉଭୟ ଦଳ ମଧ୍ୟରେ ମନୋମାଳିିନ୍ୟର ଖବର ଆସୁଛି । ଏନଡ଼ିଏର ସହଯୋଗୀ ଦଳ ହୋଇଥିଲେ ମଧ୍ୟ ଶିବସେନା ଏନଡ଼ିଏ ସରକାରଙ୍କ ଆର୍ଥିକ ଓ ବିଦେଶ ନୀତିରେ ବ୍ୟତୀତ ଅନେକ ମାମଲାରେ ଏନଡ଼ିଏକୁ ଟାର୍ଗେଟ କରିଥିଲା । ଏହା ବ୍ୟତୀତ ଉଭୟ ଦଳ ମହାରାଷ୍ଟ୍ରରେ ଏକୁଟିଆ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କିଛି ଦିନ ପୂର୍ବରୁ ଏହାର ସଙ୍କେତ ଦେଇଛନ୍ତି ଅମିତ ଶାହ । ଅନାସ୍ଥା ପ୍ରସ୍ତାବ ସମୟରେ ଶିବସେନାର ଅସହେଯୋଗ ଯୋଗୁଁ ଅମିତ ଶାହ ନାରାଜ ଥିବା କୁହାଯାଉଛି । ଅମିତ ଶାହା ଉଭୟ ଦଳ ମଧ୍ୟରେ ସମ୍ପର୍କ ସୁଧାରିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସମ୍ପର୍କରେ କୌଣସି ସୁଧାର ଆସିନଥିଲା ।