ସର୍ଜିକାଲ ଷ୍ଟ୍ରାଇକ ପରେ ପ୍ରଥମ ଜନସଭାରେ ମୋଦିଙ୍କ ସ୍ପଷ୍ଟ ଆଭିମୁଖ୍ୟ : କହିଲେ,ଆତଙ୍କବାଦ ମାନବ ସମାଜ ପାଇଁ ବିପଦ

59

କନକ ବ୍ୟୁରୋ : ସର୍ଜିକାଲ ଷ୍ଟାଇକ୍ ପରେ ପ୍ରଥମ ଥର ପାଇଁ ଆତଙ୍କବାଦ ଓ ଯୁଦ୍ଧ ସଂପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ଷ୍ନୈା ରାମଲୀଳା ପଡିଆରେ ରାବଣ ପୋଡି ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଆତଙ୍କବାଦକୁ କଡ଼ା ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ସମଗ୍ର ମାନବସମାଜ ପ୍ରତି ଆତଙ୍କବାଦ ବିପଦ ସୃଷ୍ଟି କରିଛି । ଏହାର ମୂଳ ଉତ୍ପାଡନ ପାଇଁ ସମସ୍ତେ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି । ପାକିସ୍ତାନ ଉଦ୍ଦେଶ୍ୟରେ ଚେତାବନୀ ଦେଇ ସେ କହିଛନ୍ତି, ଆତଙ୍କବାଦର ସମର୍ଥନକାରୀଙ୍କୁ ମଧ୍ୟ ଛଡାଯିବନି । ଏହା ସହ ମୋଦି କହିଛନ୍ତି, ବେଳେ ବେଳେ ପରିସ୍ଥିତି ଯୁଦ୍ଧ କରିବାକୁ ବାଧ୍ୟ କରେ । ତେବେ ଭାରତ ସବୁବେଳେ ଶାନ୍ତି ଓ ଅହିଂସା ପଥ ଆପଣେଇଛି ।