ନବୀନଙ୍କ ପ୍ରଶଂସାରେ ଶତମୁଖ ମୋଦି : ବିମୁଦ୍ରାକରଣକୁ ସମର୍ଥନ କରିଥିବାରୁ ନବୀନଙ୍କ ନିକଟରେ ମୁଁ କୃତଜ୍ଞ

19

କନକ ବ୍ୟୁରୋ : ନବୀନଙ୍କ ପ୍ରଶଂସାରେ ଶତମୁଖ ମୋଦି । ଜେଟଲୀ, ରାଜନାଥଙ୍କ ପରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ବିଜେପି ନେତାଙ୍କ ନିଦ ହଜାଇ ଦେଇଛନ୍ତି । ପଂଚାୟତ ନିର୍ବାଚନ ଆଗକୁ ଥିବାରୁ ଶାସକ ଦଳକୁ କାଠଗଡ଼ା ଠିଆ କରିବାକୁ ଚାହୁଁଛି ରାଜ୍ୟ ବିଜେପି । ହେଲେ ବିଜେପିର କେନ୍ଦ୍ରୀୟ ନେତା ଯେଭଳି ଭାବେ ନବୀନଙ୍କୁ ପ୍ରଶଂସା କରି ଚାଲିଛନ୍ତି, ତାହା ପାଣି ପୂରାଇ ଦେଉଛି ରାଜ୍ୟ ନେତାଙ୍କ ଯୋଜନାରେ ।

ଗତକାଲି ମୋଦି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିନାହାନ୍ତି, ବୈଚାରିକ ଦୃଷ୍ଟିକୋଣରୁ ବିମୁଦ୍ରାକରଣକୁ ସମର୍ଥନ କରିଥିବାରୁ ନବୀନଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ଯାହା ନବୀନଙ୍କ ଭାବମୂର୍ତିକୁ ଆହୁରି ବଢାଇ ଦେଇଛି । ଏହା ସହ ବଢାଇ ଦେଇଛି ରାଜ୍ୟ ବିଜେପି ନେତାଙ୍କ ଚିନ୍ତା ।