ସଂସଦରେ ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ! ସୁରୁଖୁରରେ ଗୃହ ଚଳାଇବା ପାଇଁ କଲେ ଅନୁରୋଧ

53

କନକ ବ୍ୟୁରୋ : ଆଜି ଠାରୁ ସଂସଦର ବଜେଟ୍ ଅଧିବେଶନ  । ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ । ସଂସଦର ଉଭୟ ଗୃହକୁ ସୁରୁଖୁରରେ ଚଳାଇବା ପାଇଁ ସମସ୍ତ ଦଳକୁ ମୋଦି ଅନୁରୋଧ କରିଛନ୍ତି । ସଂସଦର ଉଭୟ ଗୃହକୁ କେନ୍ଦ୍ରୀୟ କକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ । ସଂସଦରେ ଖୋଲାମନରେ ଆଲୋଚନା ପାଇଁ ମୋଦି ସ୍ୱାଗତ କରିଛନ୍ତି । ସଦନର ସମୟକୁ ସଦୁପଯୋଗ କରିବା ସହ ବିତର୍କରେ ସମସ୍ତ ଦଳ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଫେବୃୟାରୀ ୧୩ ଯାଏଁ ସଂସଦର ଏହି ଅଧିବେଶନ ଚାଲିବ  । ଆସନ୍ତକାଲି କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ବଜେଟ ଅଧିବେଶନରେ  ବିଜେଡି ପକ୍ଷରୁ ରାଜ୍ୟ ସ୍ୱାର୍ଥ ସଂପର୍କିତ ପ୍ରସଙ୍ଗଗୁଡିକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ  ଉଠାଇବାକୁ ନିଷ୍ପତି ନିଆଯାଇଛି । ବିଜେଡି ପକ୍ଷରୁ ପୋଲାଭରମ,ମହାନଦୀ ଜଳ ବିବାଦ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି,କୋଇଲା ରୟାଲିଟି ବୃଦ୍ଧି ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ ଉପସ୍ଥାପନ କରାଯିବ । କଂଗ୍ରେସ ଅଧିବେଶନରେ ରାଫେଲ ପ୍ରସଙ୍ଗ ଉଠାଇବ ବୋଲି କହିଛି ।