ବଲାଙ୍ଗୀର ମାଟିରେ ବଲାଙ୍ଗୀରର ବୀରପୁତ୍ର ଅଚ୍ୟୁତାନନ୍ଦଙ୍କୁ ସ୍ମରଣ କଲେ ମୋଦି ! ନକ୍ସଲ ଗୁଳିରେ ପ୍ରାଣ ହରାଇଥିଲେ ଦୂରଦର୍ଶନ କ୍ୟାମେରାମ୍ୟାନ

234

କନକ ବ୍ୟରୋ : ପଥରଚେପା ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଲେ ନବୀନ । ପ୍ରଥମେ ଜୟ ଜଗନ୍ନାଥ, ଜୟ ମା ସମଲେଇ ଆଉ ତାପରେ ପୁଷ ପୁନେଇ ଅଭିନନ୍ଦନ ଜଣାଇ ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଥରଚେପା ଦଳୀୟ ସଭାରେ ପଶ୍ଚିମ ଓଡ଼ିଶା ମାଟିର ବୀର ପୁତ୍ର ଅଚ୍ୟୁତାନନ୍ଦଙ୍କୁ ସ୍ମରଣ କରିଛନ୍ତି ମୋଦି । ଓଡ଼ିଶାର ମହାପୁରୁଷଙ୍କୁ ସ୍ମରଣ କରିବା ସହ ଛତିଶଗଡ଼ରେ ସହିଦ ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି । ଅଚ୍ୟୁତାନନ୍ଦ ସାହୁଙ୍କ ପିତା ମାତାଙ୍କ ପାଖରେ ଦେଶ ରୁଣି ବୋଲି କହିଲେ ମୋଦି । ବଲାଙ୍ଗୀର ମାଟିରେ ବଲାଙ୍ଗୀର ଘୁଷୁରାମୁଣ୍ଡା ଗାଁର ବୀରପୁତ୍ରଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ନକ୍ସଲ ଗୁଳିରେ ପ୍ରାଣ ହରାଇଥିବା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ପ୍ରାଣ ହରାଇଥିଲେ । ଏହାବ୍ୟତୀତ ଅଚ୍ୟୁତାନନ୍ଦଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି ନରେନ୍ଦ୍ର ମୋଦି ।

ସୂଚନାଯୋଗ୍ୟ ନକ୍ସଲ ଗୁଳିରେ ଗତ ବର୍ଷ ଅକ୍ଟୋବର ମାସରେ ମୃତ୍ୟୁବରଣ କରିଥିଲେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍ ଅଚ୍ୟୁତାନନ୍ଦ । ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଘଟିଥିଲା ଏହି ଅଘଟଣ । ଖବର ସଂଗ୍ରହ କରିବାକୁ ଯାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଅଚ୍ୟୁତାନନ୍ଦ ଥିବା ଦୁରଦର୍ଶନର ଏହି ଟିମ ନିଲୱାୟା ଅଂଚଳରେ ନୂଆକରି ତିଆରି ହୋଇଥିବା ଏକ ପୋଲିଂ ଷ୍ଟସନକୁ ସୁଟିଂ କରିବାକୁ ଯିବା ସମୟରେ ଏହି ଅଘଟଣ ଘଟିଲା । ନକ୍ସଲଙ୍କ ଆକ୍ରମଣରେ ଦୁଇଜଣ ଯବାନ ମଧ୍ୟ ସହିଦ ୩ ଜଣ ଯବାନ ସହିଦ ହୋଇଥିଲେ ।

ମାଓବାଦୀଙ୍କ ଟାର୍ଗଟରେ ଥିଲେ ସୁରକ୍ଷାକର୍ମୀ । ଏହାକୁ ଆଖିଆଗରେ ରଖି ସେମାନେ ଆମ୍ବୁସ କରିଥିଲେ । କିନ୍ତୁ ମାଓବାଦୀଙ୍କ ଏହି ଆମ୍ବୁସ ଭିତରେ ଫଶିଯାଇଥିଲେ ଅଚ୍ୟୁତ ଏବଂ ତାଙ୍କ ଟିମ । ମାଓବାଦୀଙ୍କ ଏହି ଆକ୍ରମଣ ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା ।ଏହି ମାଓବାଦୀଙ୍କ ଆକ୍ରମଣରେ ଦୁଇଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ମୃତକଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ବଲାଙ୍ଗୀର ଲୋଇସିଂହା ଘୁଷୁରାମୁଣ୍ଡା ଗାଁରେ ଜନ୍ମନେଇଥିଲେ ଭିଡ଼ିଓ ସାମ୍ବାଦିକ ଅଚ୍ୟୁତାନନ୍ଦ ।