ଏବେ ଫୋକସରେ ଓଡିଶା ! ଆସନ୍ତା ମାସ ଦୁଇ ଦୁଇ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

133

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପିର ଶୋଚନୀୟ ପରାଜୟ ପରେ ମୋଦିଙ୍କ ଫୋକସରେ ଓଡିଶା । ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଆସନ୍ତାମାସ ୫ ଓ ୧୬ ତାରିଖରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ଏହି  ସମୟରେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଓ ଗଂଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଅର୍ଥାତ୍ ଦୁଇ ମାସରେ ତିନି ତିନି ଥର ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଘନ ଘନ ଓଡିଶା ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି  ।

ରାଜ୍ୟ ବିଜେପି କହିଛି, ଦଳ ନିର୍ବାଚନକୁ ଆଖି ଆଗରେ ରଖି କିଛି କରେନାହିଁ  । ସବକା ସାଥ ସବକା ବିକାଶ ପରିକଳ୍ପନାକୁ ସାକାର କରିବା ପାଇଁ ଏବଂ ପୂର୍ବ ଭାରତର ବିକାଶ ପାଇଁ ନରେନ୍ଦ୍ର ମୋଦି ବାରମ୍ବାର ଆସୁଛନ୍ତି ।

ଏହାକୁ ସମାଲୋଚନା କରିଛି ବିଜେଡି । ବିଜେ଼ଡି କହିଛି ସାଢ଼େ ଚାରିବର୍ଷ ଭିତରେ ଯେତିକି ଥର ପ୍ରଧାନମନ୍ତ୍ରୀ ଗସ୍ତ କରିଥିଲେ ତାଠାରୁ ଅଧିକ ଥର ଆସନ୍ତା ଦୁଇମାସ ମଧ୍ୟରେ ଗସ୍ତ କରିବା ଲାଗି କାର‌୍ୟ୍ୟକ୍ରମ ପ୍ରସ୍ତୁତ କରୁଛି ବିଜେପି । ବିକାଶ ବାହାନା, ନିଜ ଦଳ ପାଇଁ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ମୋଦି ଆସୁଛନ୍ତି । ଯେଉଁ ପ୍ରତିଶ୍ରୁତି ଓଡି଼ଶାକୁ ମିଳିଥିଲା ତାହା ସାଢ଼େ ଚାରିବର୍ଷ ମଧ୍ୟରେ ପୂରଣ ହୋଇପାରିନି । କୋଷ୍ଟାଲ ରାଜପଥ,ବ୍ରାହ୍ଣଣୀ ନଦୀ ଉପରେ ଦ୍ବିତୀୟ ପୋଲ, ରାଉରକେଲା ଇସ୍ପାତ ମେଡିକାଲ କଲେଜ,ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରସଙ୍ଗରେ ଯଦି ମୋଦୀ ସରକାର ଯଦି କାର‌୍ୟ୍ୟ କରିଥାନ୍ତେ ତା ହେଲେ ବିଜେପିର ଦାବିକୁ ଆଂଶିକ ଭାବେ ଲୋକେ ଗ୍ରହଣ କରିଥାନ୍ତେ।  । କଂଗ୍ରେସ ମଧ୍ୟ ମୋଦିଙ୍କ ଗସ୍ତକୁ ସମାଲୋଚନା କରିଛି  ।