ଗୋଟିଏ ମଞ୍ଚରେ ଏକାଠି ହେଲେ ମୋଦି ଓ ନୀତିଶ ! ଆସିଲେନି ଲାଲୁ, ଶତ୍ରୁଘ୍ନଙ୍କୁ ଡକାଗଲାନି

41

କନକ ବ୍ୟୁରୋ : ଗୋଟିଏ ମଂଚରେ ଏକାଠି ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପାଟନା ବିଶ୍ୱବିଦ୍ୟାଳୟର ଶତାଦ୍ଦୀ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ । ଆରଜେଡି ସହିତ ସମ୍ପର୍କ ଛିନ୍ନ କରି ବିଜେପି ସହିତ ମେଂଟ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ହେବ ଦ୍ୱିତୀୟ ବିହାର ଗସ୍ତ । ତେବେ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ମୋଦି-ନୀତିଶ । ଏହାସହ ବିହାରକୁ ଦୀପାବଳି ଗିଫ୍ଟ ଦେଇଛନ୍ତି ମୋଦି । ଆଜି ମୋଦି ଅନେକ ଯୋଜନାର ଶୁଭାରମ୍ଭ କରିବାର କାଯ୍ୟକ୍ରମ ରହିଛି ।

ପ୍ରଥମରୁ ହିଁ ଏହି ସମାରୋହକୁ ନେଇ ବିବାଦ ଦେଖାଦେଇଛି । ସମାରୋହକୁ ଲାଲୁ ଯାଦବକୁ ଡକାଯାଇଥିଲେ ବି ଦିଲ୍ଲୀରେ ଥିବାରୁ ସେ ଏଥିରେ ସାମିଲ ହୋଇପାରିନାହାନ୍ତି । ବିଜେପି ନେତା ତଥା ପାଟନା ସାହେବର ସାଂସଦ ଶତ୍ରୁଘ୍ନ ସିହ୍ନାକୁ ଏହି ସମାରୋହକୁ ଡକାଯାଇନଥିବା ଖୋଦ ଶତ୍ରୁଘ୍ନ ସିହ୍ନା କହିଛନ୍ତି । ତେବେ ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି, ଶତ୍ରୁଘ୍ନ ସିହ୍ନାଙ୍କୁ ନିମନ୍ତ୍ରଣ ପଠାଯାଇଥିଲା ।