ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଟଙ୍କା ବୃଦ୍ଧି ପ୍ରସଙ୍ଗ । ପିସିସି ସଭାପତିଙ୍କ ସମାଲୋଚନା ୧୫ ଲକ୍ଷ ପରିବର୍ତ୍ତେ ପ୍ରତି ଭାରତୀୟଙ୍କ ଆକାଉଣ୍ଟରେ ୨୨ ଲକ୍ଷ ଦେବେ ମୋଦି ।

26

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳା ଟଙ୍କା ବୃଦ୍ଧି ପ୍ରସଙ୍ଗରେ ମୋଦିଙ୍କୁ ଟ୍ୱିଟରରେ ସମାଲୋଚନା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ ତଥ୍ୟ ଅନୁସାରେ ବ୍ୟାଙ୍କରେ ଭାରତୀୟଙ୍କ ଜମା ଅର୍ଥରାଶି ୫୦ ପ୍ରତିଶତ ବଢ଼ିଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି ଅଭିନନ୍ଦନ ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆଉ ମୋଦି ପୂର୍ବରୁ ବିମୁଦ୍ରୀକରଣ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଯେ ସମସ୍ତ ଭାରତୀୟଙ୍କ ବ୍ୟାଙ୍କ ଆକାଣ୍ଟରେ ୧୫ଲକ୍ଷ ଟଙ୍କା ଜମା ହୋଇଯିବ । କିନ୍ତୁ ସ୍ୱିସ୍ ବ୍ୟାଙ୍କ ଦେଇଥିବା ତଥ୍ୟ ଅନୁସାରେ ମୋଦି ହୁଏତ ୨୦୧୯ ନିର୍ବାଚନ ପାଇଁ ୧୫ ଲକ୍ଷ ପରିବର୍ତ୍ତେ ୨୨.୫ ଲକ୍ଷ ଟଙ୍କା ପ୍ରତି ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦେବେ ବୋଲି ଟ୍ୱିଟରରେ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଗତକାଲି ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ ଦେଇଥିବା ତଥ୍ୟ ଆଧାରରେ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କାରଣ ବର୍ତ୍ତମାନ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ଅର୍ଥ ରାଶି ପାଖାପାଖି ୭ ହଜାର କୋଟି ଟଙ୍କାରେ ପହଁଚିଛି ବୋଲି ସ୍ୱିସ୍ ବ୍ୟାଙ୍କ ସୁଚନା ଦେଇଛି । ବ୍ୟାଙ୍କରେ ଭାରତୀୟ ଜମାକାରୀ ସିଧାସଳଖ ୬ ହାଜର ୯ଶହ କୋଟି ଏବଂ ଅନ୍ୟମାନଙ୍କ ମାଧ୍ୟମରେ ପାଖାପାଖି ୧୧୦ କୋଟି ଟଙ୍କା ଜମା ହୋଇଥିବା ତଥ୍ୟ ଦେଇଛି ସ୍ୱିସ୍ ବ୍ୟାଙ୍କ । ତେବେ ବିଭିନ୍ନ ବିଦେଶୀ ବ୍ୟକ୍ତିଙ୍କ ଜମା ପରିମାଣ ହାରାହାରି ୩ପ୍ରତିଶତ ବଢ଼ିଥିବା ବେଳେ ଭାରତୀୟ ଜମାକାରୀଙ୍କ ଅର୍ଥ ୫୦ ପ୍ରତିଶତ ବୃଦ୍ଧି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପୂର୍ବରୁ ବିମୂଦ୍ରୀକରଣ ସମୟରେ ମୋଦି ଦେଇଥିବା ପ୍ରତିଶ୍ରୁତିକୁ ଘିଅ ଢ଼ାଳିଛନ୍ତି ପିସିସି ସଭାପତି ।