ଋଷିଆରେ ମୋଦି-ପୁଟିନଙ୍କ ଅନୌପଚାରିକ ସାକ୍ଷାତ ! ଏଜେଣ୍ଡା ବିହୀନ ବୈଠକରେ ପୁରୁଣା ସ୍ମୃତିକୁ ମନେ ପକାଇଲେ ମୋଦି

30

କନକ ବ୍ୟୁରୋ : ସି ଜିନପିଙ୍ଗଙ୍କ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଅନୌପଚାରିକ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାଦ୍ୱାରା ଭାରତ ରୁଷ୍ ଦ୍ୱିପାକ୍ଷିକ ସଂପର୍କ ଆହୁରୀ ସୁଦୃଢ଼ ହେବ ବୋଲି କୁହାଯାଉଛି । ସେପଟେ ଭାରତ–ରୁଷ ୭୦ ବର୍ଷର ବନ୍ଧୁତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ।

ମୋଦିଙ୍କ ଗସ୍ତ ପରେ ଆହୁରୀ ମଜଭୁତ ହେବ ଭାରତ ଋଷିଆ ସମ୍ପର୍କ । ଋଷିଆ ଗସ୍ତ କରି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଅନୌପଚାରିକ ସାକ୍ଷାତକୁ ନେଇ ଅନେକ କଳ୍ପନାଜଳ୍ପନା । ତେବେ ଉଭୟ ରାଷ୍ଟ୍ର ମଧ୍ୟରେ ଏହି ଅନୌପଚାରିକ ବୈଠକ କାହିଁକି ଗୁରୁତ୍ୱପୂର୍ଣ୍ଣ, ଆସନ୍ତୁ ଜାଣିବା ?

– ଉଭୟ ରାଷ୍ଟ୍ର ମଧ୍ୟରେ ମଜଭୁତ ସମ୍ପର୍କ ଥିବା ଯୋଗୁଁ ବିଭିନ୍ନ ପସଙ୍ଗରେ ଆଲୋଚନା କରିବା

– ବିଶ୍ୱସ୍ତରୀୟ ବିଭିନ୍ନ ପ୍ରସଙ୍ଗରେ କିପରି ସାମ୍ନା କରାଯିବ ସେ ନେଇ ଆଲୋଚନା

– ବଢୁଥିବା ଗ୍ଲୋବାଲ ଚ୍ୟାଲେଂଜ ଯୋଗୁୁଁ ନିଜ ନୀତିକୁ ନେଇ ଋଷିଆ ଓ ଚୀନ୍ ସହ ସମନ୍ୱୟ – ରଖିବାକୁ ଚାହୁଁଛି ଭାରତ

– ଅତିତରୁ ମଧ୍ୟ ଏହି ୩ଟି ରାଷ୍ଟ୍ର ନିଜ ନିଜ ଭିତରେ ସନ୍ତୁଳନ ରକ୍ଷା କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି

– ଭାରତ ଓ ଋଷିଆ ଉଭୟ ପରସ୍ପର ସହ ଦୀର୍ଘ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି

– ବିଶ୍ୱସ୍ତରୀୟ ଓ ଆଂଚଳିକ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରର ନଜର ରହିଛି

– ବିଶ୍ୱସ୍ତରୀୟ କ୍ଷେତ୍ରରେ ଭାରତ, ଋଷିଆ ଓ ଚୀନର ବିଦେଶ ନୀତିର ସମନ୍ୱୟ ପାଇଁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ

– ନୂଆ ଦିଲ୍ଲୀକୁ ସବୁବେଳେ ସମର୍ଥନ ଜଣାଏ ମସ୍କୋ

– କଶ୍ମୀର ପ୍ରସଙ୍ଗରେ ମିଳିତ ଜାତିସଂଘରେ ଦୂଆ ଦିଲ୍ଲୀକୁ ସବୁବେଳେ ସମର୍ଥନ ଜଣାଇଛି ମସ୍କୋ

୧୩ ଏପ୍ରିଲ ୧୯୪୭ରେ ଭାରତ- ଋଷିଆ ସମ୍ପର୍କର ମୁଳଦୁଆ ପଡିଥିଲା । ୧୯୬୧ ମସିହାରେ ଗୋଆ ପ୍ରସଙ୍ଗରେ ରୁଷ୍ ଭାରତକୁ ସମର୍ଥନ କରି ବନ୍ଧୁତାର ପ୍ରମାଣ ଦେଇଥିଲା । ୨୨ ଜୁନ୍ ୧୯୬୨ରେ ଜାତିସଂଘରେ ଆୟାରଲ୍ୟାଣ୍ଡ ଆଗତ କରିଥିବା କାଶ୍ମୀର ପ୍ରସଙ୍ଗରେ ଭାରତର ସମର୍ଥନରେ ରୁଷ୍ ଭିଟୋ ପ୍ରୟୋଗ କରି ଆହୁରି ସୁଦୃଢ଼ କରିଥିଲା ମିତ୍ରତା । ଅନେକ ପ୍ରସଙ୍ଗରେ ଭାରତକୁ ସମର୍ଥନ ଓ ପାକିସ୍ତାନକୁ ବିରୋଧ କରି ରୁଷ୍ ପ୍ରମାଣ ଦେଇଛି ସଚ୍ଚା ବନ୍ଧୁ ରାଷ୍ଟ୍ରର । ଅନ୍ତର୍ଜାତୀୟ ମଂଚରେ ଆମେରିକା – ଭାରତ ନିକଟତର ହେବା ମଧ୍ୟ ପ୍ରଭାବିତ କରିପାରିନି ଭାରତ – ରୁଷ୍ ସମ୍ପର୍କକୁ । ଆଗକୁ ଏହି ସର୍ମ୍ପକ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି ।