ମୋଦିଙ୍କୁ ଆଡଭାନୀ ଭରସା ! ୨୦୧୯ ନିର୍ବାଚନରେ ବିରୋଧୀଙ୍କ ମେଣ୍ଟ ରଣନୀତିକୁ ଭେଦିବା ପାଇଁ ମୋଦିଙ୍କ ଗୋଟି ଚାଳନା ।

66

ବିରୋଧୀଙ୍କ ମେଣ୍ଟ ବାଣରେ ଘାଇଲା ହେବାରେ ଲାଗିଛି ଶାହା ଓ ମୋଦିଙ୍କ ଯୋଡି । ଦୀର୍ଘ ୩୪ ବର୍ଷ ପରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ କେନ୍ଦ୍ରରେ ଗାଦି ସମ୍ଭାଳିଥିବା ବିଜେପିକୁ ଏବେ ଅଡୁଆରେ ପକାଉଛନ୍ତି ବିରୋଧୀ । କାରଣ ଦିନକୁ ଦିନ ୨୦୧୪ ଠାରୁ ୨୦୧୮ ପର୍ଯ୍ୟନ୍ତ ହୋଇଥିବା ୨୭ଟି ଉପ-ନିର୍ବାଚନରେ ବିଜେପି ମାତ୍ର ୫ଟି ସିଟ୍ ହାସଲ କରିବା ପାଇଁ ସକ୍ଷମ ହୋଇଛି । ଅନ୍ୟପଟେ ସତ୍ତା ହରେଇଥିବା କଂଗ୍ରେସ ସହିତ ଅନେକ ଦଳ ଏବେ ମେଣ୍ଟ କରି ବିଜେପିକୁ ୨୦୧୯ ସାଧାରଣ ନିର୍ବାଚନରେ ଧୁଳି ଚଟାଇବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ତେବେ ଏହା ହିଁ ବିଜେପି ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ସ୍ପଷ୍ଟ ବାରି ହୋଇପଡୁଛି । ନିକଟରେ ଉତ୍ତରପ୍ରଦେଶରେ ସରିଥିବା ନିର୍ବାଚନରେ ବିଜେପି ସଂକଟରେ ସାମ୍ନା କରିଥିବା ବେଳେ ଏବେ ଦଳ ଖୋଜୁଛି ଏଥିରୁ ମୁକୁଳିବାର ବାଟ ।


ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ସଙ୍କଟରୁ ଉଦ୍ଧାର କରିବା ପାଇଁ ଦଳ ପରାମର୍ଶଦାତା ବା ପାରଙ୍ଗମ ନେତା ଆବଶ୍ୟକ କରୁଛି । ବିରୋଧୀ କରୁଥିବା ରଣନୀତିକୁ ଭେଦ କରି ୨୦୧୯ରେ ପୁଣି କ୍ଷମତାକୁ ଆସିବା ପାଇଁ ମୋଦି ଗୋଟି ଚାଳନା କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ମିଳିଥିବା ସୁଚନା ମୁତାବକ ମୋଦିଙ୍କୁ ମିଳିଛି ବ୍ରହ୍ମାସ୍ତ୍ର, ଆଉ ସେ ଅସ୍ତ୍ର ହେଉଛନ୍ତି ବିଜେପିର ଦକ୍ଷ ଏବଂ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ୨୦୧୯ ନିର୍ବାଚନ ପାଇଁ ଯାହାଙ୍କର ସାହାରା ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୪ରେ କ୍ଷମତାକୁ ଆସିବା ପରେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଦଳ ମାର୍ଗଦର୍ଶକ ଦାୟୁତ୍ୱ ଦେବା ସହ ଦଳୀୟ ନିତିଦିନିଆ ରାଜନୀତିରୁ ଦୂରେଇ ରଖିଥିଲା । ହେଲେ ଏବେ ସମୟ ବଦଳିବା ସହ ମୋଦି, ଆଡଭାନୀଙ୍କ ଆବଶ୍ୟକତାକୁ ଅନୁଭବ କରୁଥିବା ଚର୍ଚ୍ଚା ହେଉଛି ।


ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପିର ପୁରୁଖା ନେତା ଲାଲକୃଷ୍ଣ ଆଡଭାନୀ ନିର୍ବାଚନ ମଇଦାନକୁ ଓହ୍ଲାନ୍ତୁ । ଏହାସହ ଦଳର ଆଉଜଣେ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କୁ ମଧ୍ୟ ଲୋକସଭା ଆସନରେ ପ୍ରାର୍ଥୀ କରିପାନ୍ତି ମୋଦି । ସୁଚନା ମୁତାବକ ଗତ କିଛିଦିନ ତଳେ ବିଜେପିର ୯୦ ବର୍ଷିୟ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରେ ଯାଇ ସାକ୍ଷାତ କରିଛନ୍ତି । ମୋଦିଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଗାମୀ ନିର୍ବାଚନରେ ଲଢ଼ିବା ପାଇଁ ଆଡଭାନୀଙ୍କୁ ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି । ଅପରପକ୍ଷେ ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ବିଜେପି ସଂସଦୀୟ ବୋର୍ଡରେ ସ୍ଥାନ ନ ଦେଇ ସେମାନଙ୍କୁ ଦଳର ମାର୍ଗ ଦର୍ଶକ ଭାବେ ସ୍ଥାନିତ କରିଥିଲେ ମୋଦି । ଯେଉଁଥିରେ ପୂର୍ବରୁ ମୋଦି-ଶାହା ଏବଂ ରାଜନାଥ ସିଂ ପ୍ରମୂଖ ସାମିଲ ଅଛନ୍ତି ।


ସବୁଠାରୁ ବଡ କଥା ହେଲା, ଲାଲକୃଷ୍ଣ ଆଡଭାନୀ ନିଜେ ରାଷ୍ଟ୍ରପତି ପ୍ରାର୍ଥୀଭାବେ ନଲଢ଼ିବା ପାଇଁ କହିଥିଲେ । ପରେ ଏହାକୁ ନେଇ ଅନେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ତେବେ ମୋଦି ବର୍ତ୍ତମାନ ସେହି ଦକ୍ଷ ରାଜନେତାଙ୍କୁ ଢ଼ାଲ କରି ଆଗାମୀ ୨୦୧୯ ନିର୍ବାଚନ ବାଜିମାତ କରିବା ପାଇଁ ଗୋଟି ଚାଳନା କରୁଥିବା କୁହାଯାଉଛି ।
କାହିଁକି ମୋଦିଙ୍କୁ ଲୋଡା ଆଡଭାନୀଙ୍କ ସାଥ୍?
ବିଜେପିର ବିଗତ ୪ ବର୍ଷର ଉପ-ନିର୍ବାଚନର ଇତିହାସ ଅନୁଧ୍ୟାନ କଲେ, ଦଳ ସାମ୍ନାରେ ଅନେକ ଆହ୍ୱାନ ଥିନା ସ୍ପଷ୍ଟ ହୋଇଛି ।
ଏହାର ଦୃଷ୍ଟାନ୍ତ ହେଉଛି ଯେ-:
୨୦୧୪ରେ ହୋଇଥିବା ୫ଟି ଉପନିର୍ବାଚନରେ ବିଜେପିକୁ ୨ଟି ସିଟ୍
୨୦୧୫ରେ ହୋଇଥିବା ୩ଟି ଉପନିର୍ବାଚନରେ ବିଜେପିକୁ ଚେକମେଟ କରିଥିେ ବିରୋଧୀ
୨୦୧୬ : ୫ଟି ସିଟରୁ ୨ଟିରେ ବିଜେପି ବିଜୟୀ ହୋଇଥିଲା
୨୦୧୭ : ୪ଟି ସିଟରେ ବିଜେପି ହାତ ଖାଲି ପଡିଥିଲା


ଶେଷରେ ୨୦୧୮ରେ ୧୦ଟି ଉପ-ନିର୍ବାଚନରେ ବିଜେପିକୁ ମିଳିଛି ମାତ୍ର ଗୋଟିଏ ସିଟ୍ । ତେବେ ବିଜେପି କ୍ଷମତାକୁ ଆସିବା ପରଠାରୁ ସର୍ବମୋଟ ୨୭ଟି ଉପ-ନିର୍ବାଚନ ସିଟରୁ ୫ଟି ଆସନ ପାଇବାରେ ସକ୍ଷମ ହୋଇଛି ଦଳ । ଏଭଳି ସ୍ଥିତିରେ ୧୯୭୭ ମସିହାରୁ ଦଳର ଭିତ୍ତିଭୂମୀ ପକାଇବା ଠାରୁ ଆରମ୍ଭ କରି ଦଳର ବିପର୍ଯ୍ୟୟ ପରିସ୍ଥିତିରେ ଚାଣକ୍ୟଭାବେ କାର୍ଯ୍ୟ ତୁଲାଇଥିବା ଆଡଭାନୀଙ୍କ ସହ ବରିଷ୍ଠ ନେତାଙ୍କୁ ସ୍ମରଣ କରିଛନ୍ତି ନରେନ୍ଦ୍ର ମେ।।ଦି । ଦେଖିବାର କଥା ପୂର୍ବ ମନ ମତାନ୍ତର ଭୂଲି ଆଡଭାନୀ, ମୋଦିଙ୍କ ସାଥ ଦେବେ ନାଁ ରାଷ୍ଟ୍ରପତି ପଦ ଭଳି ନିର୍ବାଚନୀ ପ୍ରାର୍ଥୀ ହେବା ପାଇଁ ମନା କରିଦେବେ ଆଡଭାନୀ ।