ମୋଦି ସରିଫ୍ ଭେଟଘାଟ୍ ! ତିକ୍ତତା ସତ୍ୱେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ମୋଦି ଜଣାଇଲେ ଶୁଭେଚ୍ଛା

21

କନକ ବ୍ୟୁରୋ: ମୋଦିଙ୍କୁ ଭେଟିଲେ ସରିଫ୍ । କୁଳଭୂଷଣଙ୍କୁ ଫାଶୀଦଣ୍ଡାଦେଶ ଓ ଏଲଓସିରେ ଯବାନଙ୍କ ମୁଣ୍ଡ କାଟ ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ଘୋର ତିକ୍ତତା ସତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଏକାଠି ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ କାଜାଖସ୍ତାନ ଅସ୍ତାନାରେ ମୋଦିଙ୍କୁ ଭେଟିଛନ୍ତିି ସରିଫ୍ । ସାଂଘାଇ ସମନ୍ୱୟ ସମ୍ମିଳନୀରେ ଯୋଗ ଦେବାକୁ ଦୁଇ ରାଷ୍ଟ୍ରମୁଖ୍ୟ ଯାଇଥିବା ବେଳେ ଉଭୟ ଭେଟିଛନ୍ତି ।

ସମ୍ମିଳନୀରେ ସାମିଲ ନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସରିଫ୍ । ଏଥିସହ ସରିଫ୍ କହିଛନ୍ତି କି, ପାକିସ୍ତାନ ଆତଙ୍କବାଦର ଶିକାର ହେଉଛି । ତେଣୁ ଆତଙ୍କବାଦ ବିରୋଧରେ ଲଢେଇ ଜରୁରୀ । ସେହିପରି ମୋଦି ସରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ତାଙ୍କ ମା ଓ ପରିବାର ସମ୍ପର୍କରେ ପଚାରିଥିଲେ । ତେବେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ନାହିଁ ବୋଲି ଭାରତ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଭାରତ ନିଜ ନୀତିକୁ ଅପରିବର୍ତ୍ତିତ ରଖିଛି । ପାକିସ୍ତାନ ପକ୍ଷରୁ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତାବ ମିଳିନାହିଁ ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଗୋପାଳ ବାଗଲେ କହିଛନ୍ତି ।