ଚେନ୍ନାଇରେ ମୋଦିଙ୍କ ମିଡ଼ିଆଗୁରୁ ଅନ୍ଦାଜ ! କହିଲେ ମିଡ଼ିଆ ପାଖରେ ଅଛି କ୍ଷମତା କିନ୍ତୁ ଏହାର ଦୁରୁପଯୋଗ ଅପରାଧ ।

65

ଚେନ୍ନାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ତାମିଲ ଦୈନନ୍ଦିନ ଖବର କାଗଜ ଦିନା ଥାନ୍ଥିର ୭୫ବର୍ଷ ପୂତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗ ଉପରେ ମେ।।ଦି ଆଲୋଚନା କରିବା ସହ ଗଣମାଧ୍ୟମ ଉପରେ ବିଶେଷ ଚର୍ଚ୍ଚା କରିଛନ୍ତି । ଗଣମାଧ୍ୟମ ସ୍ୱାଧୀନତାର ଦୂରୂପଯୋଗ କରିବା ମଧ୍ୟ ଏକ ଅପରାଧ । ମୋଦି କହିଛନ୍ତି ଗଣମାଧ୍ୟମ ସବୁବେଳେ ସନ୍ଦେହରୁ ଉର୍ଦ୍ଧରେ ରହିବା ଆବଶ୍ୟକ ରହିଛି । ଗଣମାଧ୍ୟମ ଉପରେ ବିଶ୍ୱାସ ପ୍ରକଟ କରିବା ପାଇଁ ସମ୍ପାଦକୀୟକୁ ବୁଝିସୁଝି ଉପସ୍ଥାପନ କରିବା ଆବଶ୍ୟକ ।

ଏହା ସହ ଗତ କିଛି ଦିନ ହେବ ଲଗାଣ ବର୍ଷାରେ ବେହାଲ ହୋଇପଡିଥିବା ଚେନ୍ନାଇର ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ସହ ଚେନ୍ନାଇର ଅବସ୍ଥା ସମ୍ବନ୍ଧରେ ଆଲୋଚନା କରିଛନ୍ତି ମୋଦି । ସୋମବାର ଚେନ୍ନାଇ ଗସ୍ତ ସମୟରେ ଡିଏମକେ ସୁପ୍ରିମୋ କରୁଣାନିଧିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଦୁଇଜଣଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟରେ ଦେଖାସାକ୍ଷାତ ହେବା ସହ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ନୂଆଦିଲ୍ଲୀ ବୁଲି ଆସିବାକୁ କରୁଣାନିଧିଙ୍କୁ ନିମନ୍ତ୍ରଣ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳାସୀତରମଣ ମଧ୍ୟ କରୁଣାନିଧିଙ୍କୁ ଭେଟିଛନ୍ତି ।