ଦକ୍ଷିଣ ଆଫ୍ରିକାରେ ଜିନପିଙ୍ଗ ଓ ପୁତିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ : ସୀମା ବିବାଦ ଓ ଦେଶର ବିକାଶ ଉପରେ ହୋଇପାରେ ଆଲୋଚନା

33

କନକ ବ୍ୟୁରୋ : ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି । ତେବେ ଗୁରୁବାର ୧୦ତମ ବ୍ରିକ୍ସ ସମ୍ମୀଳନିରେ ଯୋଗ ଦେଇ ସମ୍ବୋଧୋନ ମଧ୍ୟ କରିଥିବାର ସୂଚନା ମିଳିଛି । ତେବେ ଏହି ସମ୍ମିଳନୀରେ ରୁଷିୟା ଓ ଚୀନର ରାଷ୍ଟ୍ରପତିଙ୍କୁ ମୋଦି ଭେଟିଛନ୍ତି । କୁହାଯାଉଛି ଯେ, ତିନୋଟି ଦେଶ ଏକାସାଙ୍ଗରେ ଆଲୋଚନା କରିବାରେ ଏହା ତୃତୀୟ ଥର । କିଛିଦିନ ପୂର୍ବରୁ ମୋଦି ଋଷ ଓ ଚୀନ ଗସ୍ତରେ ଯାଇଥିଲେ । ଗୁରୁବାର ବ୍ରିକ୍ସ ସମ୍ମିଳନୀ ପରେ ମୋଦି-ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିବା ଜଣାପଡିଛି । ବୈଦେଶିକ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ ଉଭୟ ନେତା ସୀମାରେ ଦେଖାଯାଉଥୁବା ବିବାଦ ଉପରେ ଆଲୋଚନା କରିଛନ୍ତି । ଏହାସହ ମୋଦି ଭାରତର ପଦକ୍ଷେପ ସମ୍ପର୍କରେ ମଧ୍ୟ ଚୀନକୁ ଅବଗତ କରାଇଥିବା ଜଣାପଡିଛି । ଉଭୟ ନେତା ଦେଖାଯାଇଥିବା ବିବାଦକୁ ଗମ୍ଭୀରତାର ସହ ନେଇଛନ୍ତି । ଆସନ୍ତା ଅଗଷ୍ଟମାସ ୧ କିମ୍ବା ୨ ରେ ଭାରତରୁ ଜଣେ ବରିଷ୍ଠ ଅଧିକାରୀ ଚୀନ ଗସ୍ତରେ ଯିବେ ବୋଲି ଜଣାପଡିଛି । ମୋଦି ଚଳିତ ବର୍ଷ ଏପ୍ରିଲ ମାସରେ ଚୀନ ଯାଇଥିଲେ ।

ଚୀନର ବୁୟାନ ଅଞ୍ଚଳରେ ଉଭୟ ନେତା ଅନେକ ସମସ୍ୟା ଉପରେ ଆଲୋଚନା କରିଥିବା ଜଣାଯାଏ । ଏହି ଆଲୋଚନାରେ କୈାଣସି ଏଜେଣ୍ଡା ମଧ୍ୟ ନଥିଲେ । କାରଣ ଉଭୟ ନେତା ନିଜର ଦେଶର ମତ ଖୋଲାଖୋଲି ଭାବରେ ରଖିଥିଲେ । ଦୁଇ ଦେଶର ସମ୍ପର୍କ କିପରି ଭଳ ରହିବ ସେନେଇ ନେତାମାନେ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି । ଚୀନର ରାଷ୍ଟ୍ରପତିଙ୍କ ସହ ଋୁଷିଆର ରାଷ୍ଟ୍ରପତି ଭ୍ଲାମିଦର ପୁତିନଙ୍କ ସହ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି । ମୋଦି କହିଛନ୍ତି ଯେ, ତାଙ୍କର ଯେପରି ଭାବରେ ସ୍ୱାଗତ କରାଗଲା ସେ ତାହା କେବେ ଭୁଲି ପାରିବେ ନାହିଁ । ତେବେ ମୋଦି-ପୁତିନ ଉଭୟ କହିଛନ୍ତି କି ଭାରତ ଓ ଋୁଷିୟାର ସମ୍ପର୍କରେ କେବେବି ଭଟ୍ଟା ପଡିବ ନାହିଁ । ଗୁରୁବାର ସକାଳେ ବ୍ରିକ୍ସ ଆୟୋଜନ କରିଥିବା ଏକ ବୈଠକରେ ମୋଦି ସମସ୍ତ ଦେଶ ଆଗରେ ଭାରତର ଆଭିମୁଖ୍ୟ ରଖିଥିଲେ । ଦେଶର କିପରି ଭାବରେ ବିକାଶ ଓ ସମୃଦ୍ଧି ହୋଇପାରିବ ସେନେଇ ଆମ ମାନଙ୍କୁ କାମ କରିବା ପାଇଁ ପଡିବ ବୋଲି ମୋଦି କହିଛନ୍ତି । ସମସ୍ତ ଦେଶକୁ ପରସ୍ପର ସହ ହାତ ମିଳାଇ ଡିଜିଟାଲ ଲାଇଜେସନ ପ୍ରକ୍ରିୟାରେ ଦେଶକୁ ଆଗକୁ ନେବାର ଆବଶ୍ୟକତା ରହିଛି । ଏହାକୁ ମିଶାଇ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଥର ପାଇଁ ବ୍ରିକ୍ସ ସମ୍ମିଳନୀର ଆୟୋଜନ କରିଛି । ଏହି ବୈଠକରେ ଅନରାଷ୍ଟୀୟ କ୍ଷେତ୍ରରେ ସଫଳ ଓ ବିକାଶ ଦିଗରେ କାମ କରିବାର ଆବଶ୍ୟକତା ରହିଛି ବୋଲି ଏଠାରେ କୁହାଯାଇଛି । ସମସ୍ତ ନେତାମାନଙ୍କ ସହ ମୋଦି କଥା ହୋଇ ଆଲୋଚନା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।