‘ମନକି ବାତ୍ କାର୍ଯ୍ୟକ୍ରମ’ ! ଭାରତୀୟ ମହିଳା କ୍ରିକେଟ୍ ଦଳର ସଫଳତା କଥା ଉଠାଇଲେ ପ୍ରଧାନମନ୍ତ୍ରୀ

114

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନକି ବାତ୍ କାର୍ଯ୍ୟକ୍ରମ’ରେ ଦେଶକୁ ସମ୍ବୋଧିତ କରିଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ବନ୍ୟା, ଜିଏସଟି ସମେତ ଭାରତ ଛୋଟ ଆନ୍ଦୋଳନର ସଂକଳ୍ପ କଥା ଉଠାଇଛନ୍ତି । ଏଥିସହ ଅଗଷ୍ଟ ୧୫ରେ ସେ ଦେବାକୁ ଥିବା ଭାଷଣରେ କଣ କହିବେ ସେ ନେଇ ଲୋକଙ୍କ ଠାରୁ ବିଚାର ମଧ୍ୟ ଲୋଡିଛନ୍ତି । ଇଣ୍ଡିଆ ଓମେନ କ୍ରିକେଟ ଟିମର ସଫଳତା କଥା ମଧ୍ୟ ନିଜ ‘ମନକି ବାତ୍ କାର୍ଯ୍ୟକ୍ରମ’ରେ ଉଠାଇ ମହିଳାଙ୍କୁ ଉତ୍ସାହିତ କରିଛନ୍ତି ପ୍ରଧାନମନ୍ତ୍ରୀ ।