ମନ କି ବାତରେ କ୍ୟାସଲେସ ଟ୍ରାଞ୍ଜାକ୍ସନ ଉପରେ ଗୁରୁତ୍ୱ ଦେଲେ ମୋଦି : ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଘୋଷଣା

21

କନକ ବ୍ୟୁରୋ : ମନ କି ବାତ୍ କାର୍ଯ୍ୟକ୍ରମରେ କ୍ୟାସଲେସ୍ କାରାବାର ଉପରେ ଗୁରୁତ୍ୱଦେଲେ ମୋଦି । ଡିଜିଟାଲ ପେମେଂଟ କରୁଥିବା ଗ୍ରାହକ ଓ ବ୍ୟାପାରୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ମୋଦି । ପ୍ରତ୍ୟେକ ଦିନ ୧୫ ହଜାର ଗ୍ରାହକଙ୍କୁ ମିଳିବ ୧୦୦୦ଟଙ୍କା ଲେଖାଏ ପୁରସ୍କାର ।

ସେହିପରି ଡିଜି ପେମେଂଟ ଗ୍ରହଣ କରୁଥିବା ବ୍ୟାପାରୀଙ୍କୁ ମିଳିବ ପୁରୁସ୍କାର । ଏପ୍ରିଲ ୧ରେ ବମ୍ପର ଡ୍ର । କୋଟିଏରୁ ଅଧିକ ଟଙ୍କାର ପୁରସ୍କାର । ସେ ଆହୁରି କହିଛନ୍ତି ଦୁର୍ନୀତିଖୋରଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ରାଜନେତାମାନଙ୍କୁ ମଧ୍ୟ ନିସ୍ତାର ମିଳିବ ନାହିଁ । ଦେଶବାସୀ ଦେଶରୁ କଳାଧନ ଜମାକାରୀଙ୍କୁ ହଟାଇବା ପାଇଁ ଚାହୁଁଛନ୍ତି ।