ଆସନ୍ତା ମେ’ ୩୦ରେ ଶପଥ ନେବେ ପ୍ରଧାନମନ୍ତ୍ରୀ ମୋଦି ! ଆଜି ସନ୍ଧ୍ୟା ୫ଟାରେ କ୍ୟାବିନେଟ୍ ବୈଠକ

473

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ରେ ବିଜେପି ପୁଣି ଥରେ ଇତିହାସ ରଚିଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଏକୁଟିଆ ୩୦୦ ଅଙ୍କ ଛୁଇଁଛି ଓ ଲୋକସଭା ନିର୍ବାଚନ ୨୦୧୯ରେ ବଡ ବିଜୟ ହାସଲ କରିଛି । ଏନଡିଏ ୩୫୦ ସିଟ ଆଖପାଖରେ ଥିବାବେଳେ କଂଗ୍ରେସ ପାଖାପାଖି ୫୦ ହିଁ ଛୁଇଁପାରିଛି । ଏହି ବଡ ସଫଳତା ପରେ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ସେଥିପାଇଁ କ୍ୟାବିନେଟ୍ ବୈଠକ ଡାକିଛନ୍ତି, ଯେଉଁଥିରେ ସେ ଅନେକ ବିଷୟ ଉପରେ ଚର୍ଚ୍ଚା କରିବେ ଓ ସରକାର ଶେଷ ହେବାର ଔପଚାରିକ କାମ ପୁରା କରିବେ ।

ସୂଚନାଯୋଗ୍ୟ, କ୍ୟାବିନେଟ୍ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ଭେଟିବେ ଓ ନିଜ ଇସ୍ତଫା ଦେବେ । ଏହାପରେ ରାଷ୍ଟ୍ରପତି, ମୋଦି ଓ ତାଙ୍କ ଦଳକୁ ନୂଆ ସରକାର ଗଢ଼ିବା ପାଇଁ ନିମନ୍ତ୍ରଣ କରିବେ । ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦ ମେ’ ରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇପାରନ୍ତି । ଆଜି ଏନଡିଏର ବୈଠକ ମଧ୍ୟ ହୋଇପାରେ । ବୈଠକରେ ନୂଆ ସରକାର ଗଠନ ଓ ମନ୍ତ୍ରୀମଣ୍ଡଳ ବିତରଣ କରିବା ଉପରେ ଚର୍ଚ୍ଚା ହୋଇପାରେ । ପ୍ରଧାନମନ୍ତ୍ରୀ ମୋଦି ଆଜି ସନ୍ଧ୍ୟା ୫ଟାରେ ବୈଠକ କରିପାରନ୍ତି । ଶପଥ ଗ୍ରହଣ ପୂର୍ବରୁ ବାରଣାସୀ ଓ ଗୁଜରାଟ ଯିବେ ମୋଦି ।