ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ! ଦିଲ୍ଲୀ ପୋଲିସ କମିଶନରଙ୍କ ପାଖକୁ ଆସିଲା ମେଲ୍,ତଦନ୍ତ ଆରମ୍ଭ

53

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି । ଦିଲ୍ଲୀ ପୋଲିସ କମିଶନରକୁ ଏନେଇ ସିଧା ଧମକ ମିଳିଛି । ଯେଉଁଥିପାଇଁ ସମସ୍ତେ ଏବେ ଚିନ୍ତାରେ । ସୂଚନା ଅନୁସାରେ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ମେଲକୁ ଆସିଛି ଧମକପୂର୍ଣ୍ଣ ମେସେଜ । ମାତ୍ର ଏକ ଧାଡ଼ିରେ ଆସିଛି ଏହି ମେସେଜ, ଯାହା ଦିଲ୍ଲୀ ପୋଲିସର ନିଦ ହଜାଇ ଦେଇଛି । ମେସେଜରେ ୨୦୧୯ ବିଷୟରେ କୁହାଯାଇଛି । ଏଥିରେ ଦିନ ଓ ମାସ ମଧ୍ୟ ଉଲ୍ଲେଖ କରାଯାଇଛି । ଦିନ ଓ ମାସ ଉଲ୍ଲେଖ ଥିବାରୁ ଏହା ସମ୍ଭାବିତ ଆକ୍ରମଣର ଦିନ ବୋଲି ଅନୁମାନ କରାଯାଉଛି ।

PM_Narendra_modi
image courtesy-https://www.moneycontrol.com

ଆସାମର ଏକ ଜେଲରୁ ପଠାଯାଇଛି ବୋଲି ପୋଲିସ୍ ସୂତ୍ର । ହେଲେ ଏବେ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିର ଚିହ୍ନଟ ହୋଇନାହିଁ । ଏବେ ଇମେଲ୍ ପଠାଇଥିବା ବ୍ୟକ୍ତିକୁ ଖୋଜୁଛି ପୋଲିସ୍ । ମେଲ୍ ମିଳିବା ପରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଏଘଟଣାର କୌଣସି ସ୍ପଷ୍ଟୀକରଣ ଆସିନାହିଁ । ଇମେଲ ମିଳିବା ତୁରନ୍ତ ପରେ ହିଁ ପୋଲିସ ଓ ଯାଂଚ ଏଜେନ୍ସି ଗୁଡ଼ିକ ଏହାର ସତ୍ୟତା ନେଇ ଛାନଭିନ୍ କରୁଛନ୍ତି । ଏହାସହ ଭୀମା-କାରେଗାଓଁ ହିଂସାର ଯାଂଚ ସମୟରେ ମଧ୍ୟ ମୋଦିଙ୍କ ବିରୋଧରେ ଷଡ଼ଯନ୍ତ୍ର ହେଉଥିବାର ଖୁଲାସା ହୋଇଥିଲା ।