କେଦାରନାଥଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ! ଡେରାଡୁନ ଏୟାରପୋର୍ଟରେ ପହଂଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଗଲା

21

କନକ ବ୍ୟୁରୋ: ଉତରାଖଣ୍ଡ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ କେଦାରନାଥଙ୍କ ଦର୍ଶନ କରିବେ । ତେବେ ପ୍ରଥମେ ଡେରାଡୁନ ଏୟାରପୋର୍ଟରେ ପହଂଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ କେଦାରନାଥରେ ଦେଶର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଓ ଭକ୍ତ ପହଂଚିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କେଦାରନାଥଙ୍କ ପ୍ରଥମ ଦର୍ଶନ ପରେ ରୁଦ୍ରାଭିଷେକ କରିବେ । ଉତରପ୍ରଦେଶ ନିର୍ବାଚନବେଳେ କାଶୀ ବିଶ୍ୱନାଥ ମନ୍ଦିରରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଦ୍ରାଭିଷେକ କରିଥିଲେ । ମୋଦିଙ୍କ ଗସ୍ତକୁ ନେଇ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।