ସୁନ୍ଦରଗଡରେ ପୁଣି ଦମ୍ଭୋକ୍ତି ଦେଖାଇଲେ ପ୍ରଧାନମନ୍ତ୍ରୀ ! ଓଡ଼ିଶାରେ ପଦ୍ମ ଫୁଟିବ, ଦେଶରେ ପୁଣି ଥରେ ପୂର୍ଣ୍ଣ ବହୁମତରେ ବିଜେପି ସରକାର ଗଢ଼ିବ

163

କନକ ବ୍ୟୁରୋ : ବିଜେପିର ପ୍ରତିଷ୍ଠା ଦିବସରେ ଓଡିଶାରେ ପହଚିଂଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୟପୁର ଓ ଭବାନୀପାଟଣା ପରେ ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଗସ୍ତରେ ଆସି ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । ମୋ ସୁନ୍ଦରଗଡ଼ର ଭାଇଭଉଣୀ ମାନେ ମା’ମାଉସୀ ମାନେ କହି ଭାଷଣ ଆରମ୍ଭ କଲେ ପ୍ରଦାନମନ୍ତ୍ରୀ ମୋଦି । ଜନସମୂଦ୍ର ଦେଖି ଅଭିଭୂତ ହୋଇଛି ବୋଲି କହିଛନ୍ତି  ମୋଦି।

ବିଶାଳ ଜନସଭାକୁ ସଂବୋଧନ କରିବା ବେଳେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ଜୋରଦାର ବର୍ଷିଲେ ଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥର ଓଡିଶାରେ ଅଧିକ ପଦ୍ମ ଫୁଟିବ ।  ଓଡ଼ିଶାରେ ଗେରୁଆ ଦଳ ଚଳିତ ଥର ବିଜୟବାନା ଉଡ଼ାଇବ ବୋଲି ଦମ୍ଭୋକ୍ତି କରିଛନ୍ତି ମୋଦି । ଓଡ଼ିଶାରେ ପଦ୍ମ ଫୁଟିବ । ୫ ବର୍ଷ ପୂର୍ବରୁ କେହି କଳ୍ପନା କରିନଥିଲେ ବିଜେପିର ସ୍ଥିତି ଏତେ ମଜଭୁତ  । ଏହା ସହିତ ମୋଦଶ କହିଛନ୍ତି ଓଡିଶାର ଜନତାଙ୍କୁ ଏଥର ନିଷ୍ପତି ନେବାକୁ ପଡିବ କେନ୍ଦ୍ରରେ ଓ ରାଜ୍ୟରେ ଭ୍ରଷ୍ଟାଚାର ସରକାର ଦରକାର ନା ସଚ୍ଚୋଟ୍ ସରକାର ଦରକାର । ବିକାଶ ଓ ନ୍ୟାୟ ପାଇଁ ଆନ୍ଦୋଳନ ଜରୁରୀ । ତେବେ ଓଡିଶାର ବିକାଶ ପାଇଁ ନୂଆ ସରକାର ଜରୁରୀ ବୋଲି କହିଛନ୍ତି ମୋଦି ।

ଏହା ସହିତ ବିଜେଡି ସରକାରଙ୍କ ନୀତି ଠିକ୍ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି । କେନ୍ଦ୍ର ସରକାର ଦେଉଥିବା ଅର୍ଥ ରାଜ୍ୟ ସରକାର ଖର୍ଚ କରିବାରେ ବିଫଳ ବୋଲି କହିଛନ୍ତି ମୋଦି । ଝିଅଙ୍କୁ ସୁରକ୍ଷା ଓ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ନାହିଁ ବୋଲି ମୋଦି ଅଭିଯୋଗ କରିଛନ୍ତି । ଝିଅମାନଙ୍କ ପାଇଁ ବିଜେପି ସରକାର ଶୌଚାଳୟ ଯୋଜନା ଠାରୁ ଉଜ୍ୱଳା ଯୋଜନା ଯାଏଁ ସବୁ ଯୋଜନା କରିଛି । ଏହି ଅବସରରେ ସୁନ୍ଦରଗଡକୁ ହକିର ନର୍ସରୀ ବା ଏନ୍ତୁଡିଶାଳ ବୋଲି କହିବା ସହ ଜନଜାତି ସଂପ୍ରଦାୟର ହକି ଖେଳାଳିଙ୍କ ପାଇଁ କେନ୍ଦ୍ର ସରକାର ବିଶେଷ ସୁବିଧା କରିଥିବା ସେ କହିଛନ୍ତି । ଖେଲୋଇଣ୍ଡିଆ ଜରିଆରେ ଦେଶକୁ ସ୍ପୋର୍ଟସ ସୁପର ପାୱାର କରିବା ଯୋଜନା ଥିବା ମୋଦି କହିଛନ୍ତି ।

ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି ବଂଶବାଦ ସରକାର ଦରକାର ନା ବିଜେପି ସରକାର । ଦୀର୍ଘ ବର୍ଷ ଧରି କଂଗ୍ରେସ ସରକାରରେ ଶାସନ ଦେଖିଛନ୍ତି । ୧୯ ବର୍ଷର ବିଜେଡ଼ି ସରକାରଙ୍କୁ ମଧ୍ୟ ଦେଖିଲେ ଓଡ଼ିଶାବାସୀ । ଆଉ ଏବେ ସେମାନଙ୍କ ଭାରତୀୟ ଜନତା ପାର୍ଟିର କାମ ମଧ୍ୟ ଦେଖିଛନ୍ତି ।  ପାକିସ୍ତାନ ମାଟିରେ ଭାରତୀୟ ସେନାର ସଫଳତା ବଖାଣିବା ସହିତ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ମୋଦି । ଭାରତ ଏବେ ଆତଙ୍କବାଦୀକୁ ଘରେ ପଶି ମାରୁଛି । ପୂର୍ବ ସରକାର ସମୟରେ ସର୍ଜିକାଲା ଷ୍ଟ୍ରାଇକ କଥା କେହି ଚିନ୍ତା କରିନଥିଲେ । ଅନ୍ୟ ଦେଶ ସୀମାରେ ପଶି ଆତଙ୍କୀକୁ ମୂଳପୋଛ କରିବା କଥା ଚିନ୍ତା ବାହାରେ ଥିଲା । ହେଲେ ବିଜେପି ସରକାରରେ ସବୁ କିଛି ସମ୍ଭବ ହୋଇପାରିଛି ।

ଆଜିର ପୀଢ଼ି ବି ପୁରା ଶକ୍ତି ଲଗାଇଦଇଛନ୍ତି । ତାଙ୍କ ପରିଶ୍ରମରେ ପୁଣି ଦେଶରେ ପୂର୍ଣ୍ଣ ବହୁମତରେ ସରକାର ହେବ । ପରିବର୍ତ୍ତନ ପଥେ ଆଗେଇ ଦିନକୁ ଦିନ ମଜଭୁତ ହେଉଛି ଭାରତ । ମଜଭୁତ ଭାରତ ପାଇଁ ମଜଭୁତ ସରକାର ଦରକାର । ଆଉ ମଜଭୁତ ଭାରତ ପାଇଁ ବିଜେପି ସରକାର ଦରକାର ।