ମୋଦିଙ୍କ ଫୋକସରେ ଓଡିଶା

29

ବାଲେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ ପୂର୍ବ ଭାରତ । ଦେଶର ସାମଗ୍ରୀକ ବିକାଶ ପାଇଁ ମୋଦି ପୂର୍ବ ଭାରତ ରାଜ୍ୟଗୁଡିକର ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୂର୍ବାଂଚଳ ରାଜ୍ୟଗୁଡିରେ ଦଳର ସଂଗଠନକୁ ମଜବୁତ କରିବା ଉପରେ ଜୋର ଦେଉଛନ୍ତି । ସେଥିଲାଗି ଆସନ୍ତା ୨ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାଲେଶ୍ୱରରେ ଆୟୋଜିତ ସାଧାରଣ ସଭାରେ କେନ୍ଦ୍ରରେ ଏନଡିଏ ସରକାରଙ୍କ ଉପଲବ୍ଧି ସଂପର୍କରେ ଲୋକଙ୍କୁ ସୂଚନା ଦେବେ । ସେହିପରି କେନ୍ଦ୍ର ସରକାର ଆରମ୍ଭ କରିଥିବା ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡିକ ସଂପର୍କରେ ଆଲୋକପାତ କରିବେ । ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ଏହି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିକଟରେ ଶେଷ ହୋଥିବା ବିଧାନସଭା ନିର୍ବାଚନ ଜିତି ଆସାମରେ ବିଜେପି ସରକାର ଗଠନ କରିଥିବାବେଳେ ପଶ୍ଚିମବଙ୍ଗ ଓ କେରଳରେ ଦଳର ସ୍ଥିତିରେ ଉନ୍ନତି ହୋଇଛି । ତେଣୁ ଓଡିଶାରେ ମଧ୍ୟ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ତାର ସ୍ଥିତି ମଜଭୁତ କରିବାକୁ ଚାହୁଁଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେପଟେ ରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ଦୁଇବର୍ଷ ପୂର୍ତିକୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି, ରାଜ୍ୟରେ ୧୬ ବର୍ଷ ଧରି ଶାସନ କ୍ଷମତାରେ ଥିବା ନବୀନ ସରକାର ଲୋକଙ୍କୁ ପିଇବା ପାଣି ଓ ବିଜୁଳି ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଛନ୍ତି । ସରକାରଙ୍କୁ ସ୍ଥାଣୁ, ଅପାରଗ ଓ ଦୁର୍ନୀତିଗ୍ରସ୍ତ କହି କଡା ଭାଷାରେ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଏପରିକି କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଉଥିବା ସେ ଅଭିଯୋଗ କରିଛନ୍ତି ।

ଏହା ସହ ନବୀନ ସରକାରଙ୍କୁ ପୂରିଲା ଦୁଇ ବର୍ଷ : ବିଜେଡିକୁ ବିରୋଧୀ ବିଜେପିର ଟାର୍ଗେଟ୍