ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ବହୁ ପ୍ରକଳ୍ପର ଶିଳାନ୍ୟାସ ସହ ରହିଛି ଉଦଘାଟନ କାର୍ଯ୍ୟକ୍ରମ

ଭୁବନେଶ୍ୱରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

133

କନକ ବ୍ୟୁରୋ : ଭୁବନେଶ୍ୱରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶାରେ ପହଞ୍ଚିଛନ୍ତି ମୋଦି । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରଠାରେ ମୋଦି ପହଞ୍ଚିବା ପରେ ତାଙ୍କୁ ସେଠାରେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମେୟର ଅନନ୍ତ ନାରାୟଣ ଜେନା ଆଦି ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ୱାଗତ କରିଛନ୍ତି ।

ମୋଦିଙ୍କ ଏହି ଗସ୍ତକୁ ନେଇ ଚଳଚଂଚଳ ବିଜେପି ଶିବିର । ହିନ୍ଦୀ ହାର୍ଟ ଲାଣ୍ଡରେ ବିଜେପିର ହାର୍ଟ ବ୍ରେକ୍ ହେବା ପରେ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି । କାରଣ ଆଉ ମାସ କେଇଟା ପରେ ସାଧାରଣ ନିର୍ବାଚନ । ୩ଟି ରାଜ୍ୟରୁ ଶାସନ ଭାର ଯିବା ପରେ ଏବେ ପୂର୍ବଭାରତ ଉପରେ ବିଜେପିର ନଜର ।

ମୋଦିଙ୍କ ଏହି ଗସ୍ତ ରାଜନୈତିକ ମହଲରେ ଅନେକ କଳ୍ପନା ଜଳ୍ପନାକୁ ଜନ୍ମ ଦେଇଛି । ସାଧାରଣରେ ପ୍ରଶ୍ନ ଉଠିଛି, ପରିବର୍ତିତ ସମୀକରଣରେ ମୋଦି କଠୋର ହେବେ ତ ? ତାଙ୍କ ଟାର୍ଗେଟରେ କିଏ ରହିବ ? ବିେଜଡି ନା କଂଗ୍ରେସ ? ରାଜ୍ୟ ସରକାର ବିରୋଧୀ ଭୋଟ ବ୍ୟାଙ୍କକୁ ପ୍ରଚଣ୍ଡ ଆଘାତ ଦେଇ ଚୂରମାର କରିବାକୁ ଚେଷ୍ଟା କରିବା ବେଳେ ଏହାର ଲାଭ କଂଗ୍ରେସ ନେଇଯିବନି ତ ?

ନବୀନଙ୍କୁ ନେଇ ନରମ ହେବେ ନା’ ସିଧାସଳଖ ଆକ୍ରମଣ କରିବେ ମୋଦି ଏସବୁ ପ୍ରଶ୍ନ ଏବେ ଚର୍ଚ୍ଚାର କାରଣ ପାଲଟିଛି । ପ୍ରଧାନମନ୍ତ୍ରୀ ଅରଗୁଳରୁ ୧୪ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଖୋର୍ଦ୍ଧାରେ ଜନସଭା, ଆଇଆଇଟି ଏବଂ ନାଇଜର କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି ।