ଖଦି କ୍ୟାଲେଣ୍ଡରରେ ମୋଦିଙ୍କ ଫଟୋ! ପିଏମଓର ବିନା ଅନୁମତିରେ ଛପା ଯାଇଥିବା ସୂଚନା

23

କନକ ବ୍ୟୁରୋ : ଖଦି ଗ୍ରାମୋଦ୍ୟୋଗର ନୂଆ କ୍ୟାଲେଣ୍ଡର ଓ ଡାଏରୀରେ ଗାନ୍ଧୀଙ୍କ ଫୋଟୋ ବଦଳରେ ମୋଦିଙ୍କ ଫଟୋକୁ ନେଇ ବିବାଦ ତେଜିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଅସନ୍ତୁଷ୍ଟ ହୋଇଛି । ଏ ନେଇ କ୍ଷୁଦ୍ର, ଲଘୁ ଓ ମଧ୍ୟମ ମନ୍ତ୍ରାଳୟକୁ ସ୍ପଷ୍ଟୀକରଣ ମାଗିଛି ପିଏମଓ । ଖଦି ଗ୍ରାମୋଦ୍ୟୋଗର ଡାଏରୀ ଓ କ୍ୟାଲେଣ୍ଡରରେ ମୋଦିଙ୍କ ଫଟୋ ପିଏମଓର ବିନା ଅନୁମତିରେ ଛପା ଯାଇଥିବା ସୂଚନା ମିଳିଛି ।