ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ! ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦି କରିବେ ୨ଟି ରାଲି

22

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ସମସ୍ତ ଶକ୍ତି ଖଟାଇ ଦେଇଛି । ବିଜେପି ନିର୍ବାଚନ ପ୍ରଚାର ପାଇଁ ସବୁ ଚେଷ୍ଟା ଜାରି ରଖିଛି । ଏନେଇ ଆଜି ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦି କରୁଛନ୍ତି ୨ଟି ରାଲି । ଆଗାମୀ ୯ ତାରିଖରେ ଅଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ଆଗାମୀ ନିର୍ବାଚନ ପାଇଁ ମୋଦି ନିର୍ବାଚନ ପୂର୍ବରୁ ହେବାକୁ ଥିବା  ସଭାରେ ସାମ୍ବାଧିତ କରିବେ । ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦି ପାଲନପୁର, କୁଲ୍ଲୁ ଓ ଉନାରେ ହେବାକୁ ଥିବା ସଭାରେ ଉଦବୋଧନ ଦେବେ । ହିମାଚଳ ପ୍ରଦେଶରେ ୯ ନଭେମ୍ବରରେ ହେବ ନିର୍ବାଚନ ଆଉ ଡିସେମ୍ବର ୧୮ରେ ହେବ ଭୋଟ ଗଣନା ।

ସୂଚନାଯୋଗ୍ୟ ହିମାଚଳ ପ୍ରଦେଶ ନିର୍ବାଚନ ନେଇ ରାଜନୈତିକ ଉଷ୍ଣତା ବଢ଼ିଚାଲିଥିବା ବେଳେ ବିଦ୍ରୋହୀ ନେତାମାନେ ଉଭୟ କଂଗ୍ରେସ ଓ ବିଜେପି ପାଇଁ ଘୋର ଅଡ଼ୁଆ ସୃଷ୍ଟି କରିଛନ୍ତି । ୨୦୧୨ ନିର୍ବାଚନରେ ହିମାଚଳରେ କଂଗ୍ରେସ ୩୬ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ୨୬ ଆସନ ମିଳିଥିଲା । ସେତେବେଳେ କେବଳ ବିଦ୍ରୋହୀଙ୍କ ପାଇଁ ବିଜେପିର ଏଭଳି ଦୁର୍ଦ୍ଦଶା ହୋଇଥିବା ଜଣାପଡ଼ିଥିଲା । ୨୦୧୨ରେ ବିଜେପି ୩୮.୪୭ ପ୍ରତିଶତ ଭୋଟ୍ ପାଇଥିବା ବେଳେ କଂଗ୍ରେସ ୪୨.୮୧ ପ୍ରତିଶତ ଭୋଟ୍ ପାଇଥିଲା ।

୨୦୧୨ ନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀଙ୍କ ଯୋଗୁଁ ପ୍ରାୟ ୯ଟି ଆସନରେ ବିଜେପିର ପରାଜୟ ହୋଇଥିବା ବେଳେ ଏଥର ଉଭୟ ଦଳ ପାଇଁ ବିଦ୍ରୋହୀ ପ୍ରାର୍ଥୀ କଣ୍ଟା ହେବେ ବୋଲି କୁହାଯାଉଛି । ତେବେ ଏଥର ବିଜେପିରେ ବିଦ୍ରୋହୀଙ୍କ ସଂଙ୍କଟ ଅପେକ୍ଷା କଂଗ୍ରେସର ସଙ୍କଟ ଅଧିକ ଜଟିଳ ହୋଇଛି । ପ୍ରାୟ ୧୪ଟି ଆସନରେ କଂଗ୍ରେସର ଖେଳ ବିଗାଡ଼ିବା ପାଇଁ ବିଦ୍ରୋହୀ ନେତାମାନେ ତୟାର ରହିଥିବା ଜଣାପଡ଼ିଛି ।