ବ୍ରିଟେନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ବ୍ରିଟିସ୍ ପ୍ରତିପକ୍ଷ ଥେରେସା ମେ’ଙ୍କ ସହ ବୈଠକ

34

କନକ ବ୍ୟୁରୋ : ବ୍ରିଟେନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ବ୍ରିଟିସ୍ ପ୍ରତିପକ୍ଷ ଥେରେସା ମେ’ଙ୍କୁ ସାକ୍ଷାତ କରି ଦ୍ୱିପାକ୍ଷିକ ସମ୍ପର୍କ ସମର୍କରେ ଆଲୋଚନା କରିଛନ୍ତି ମୋଦି । ଦୁଇ ନେତା ସୀମାପାର ଆତଙ୍କବାଦ, ଭିସା ଓ ଇମିଗ୍ରେସନ ବିଷୟରେ ଆଲୋଚନା କରିଛନ୍ତି । ଏହାପୂର୍ବରୁ ମୋଦି ଲଣ୍ଡନରେ ପହଂଚିବା ପରେ ତାଂକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବ୍ରିଟେନର ବୈଦେଶିକ ସଚିବ ବୋରିସ୍ ଜନସନ୍ ମୋଦିଂକୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ ।

ମୋଦି ପ୍ରିନ୍ସ ଚାଲର୍ସଂକୁ ମଧ୍ୟ ସାକ୍ଷାତ କରିଛନ୍ତି । ଏହାସହ ଲଣ୍ଡନର ପ୍ରସିଦ୍ଧ ସାଇନ୍ସ ମ୍ୟୁଜିୟମ ବୁଲି ଦେଖିଛନ୍ତି ମୋଦି । ମୋଦିଙ୍କ ଗସ୍ତ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସେଠାରେ ବସବାସ କରୁଥିବା ଭାରତୀୟମାନେ । ଦୁଇ ଦେଶର ସମ୍ପର୍କକୁ ମୋଦିଂକ ଗସ୍ତ ଆହୁରି ମଜବୁତ କରିବ ବୋଲି ମତ ଦେଇଛନ୍ତି । ମୋଦି ଏବେ ୟୁରୋପକୁ ୫ ଦିନିଆ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ୩ଟି ୟୁରୋପୀୟ ରାଷ୍ଟ୍ର ଭ୍ରମଣ କରିବେ । ସ୍ୱୀଡେନ୍ ଗସ୍ତ ସାରି ମୋଦି ବ୍ରିଟେନରେ ପହଂଚିଛନ୍ତି । ୟୁରୋପ ଗସ୍ତର ଶେଷ ପର୍ଯ୍ୟାୟରେ ମୋଦି ଜର୍ମାନୀ ଗସ୍ତ କରିବେ । ଏପ୍ରିଲ ୨୦ରେ ଜର୍ମାନୀ ଚାନ୍ସଲର ଅଙ୍ଗେଲା ମର୍କେର୍ଲଂକୁ ମୋଦି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।