ମୋଦି –ଜିନପିଙ୍ଗ କଥାବାର୍ତ୍ତା ଶେଷ, ଉଠିଲାନି ଡୋକଲାମ ପ୍ରସଙ୍ଗ, ପଞ୍ଚଶୀଳ ଚୁକ୍ତି ଆଧାରରେ ଆଗକୁ ବଢ଼ିବା ଉପରେ ଦୁଇ ଦେଶର ଗୁରୁତ୍ୱ

18

କନକ ବ୍ୟୁରୋ : ଚୀନରେ ମୋଦି-ଜିନପିଙ୍ଗ ଭେଟ ଶେଷ ହୋଇଛି । ମୋଦି-ଜିନପିଙ୍ଗଙ୍କ ଆଲୋଚନା ଉପରେ ପୂରା ବିଶ୍ୱର ନଜର ରହିଥିଲା । ଏସିଆର ଏହି ଦୁଇ ମହାଶକ୍ତି ଉପରେ ଏବେ ପୂରା ବିଶ୍ୱର ନଜର । ୭୩ ଦିନର ଡୋକଲାମ ବିବାଦ ପରେ ଉଭୟ ନେତା ଦୀର୍ଘ ୧ଘଂଟା ଧରି ବିଭିନ୍ନ ଦ୍ୱି-ପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ବୈଠକରେ ଦୁଇମାସ ଧରି ଲାଗି ରହିଥିବା ଡୋକଲାମ ବିବାଦ ପ୍ରସଙ୍ଗ ଉଠିନାହିଁ । ତେବେ ଡୋକଲାମ ଭଳି ପରିସ୍ଥିତି ପୁର୍ନବାର ଯେପରି ନ ଉପୁଜେ ସେ ଉପରେ ଗୁରୁତ୍ୱ ଦେଇଛନ୍ତି ଦୁଇ ରାଷ୍ଟ୍ର ।ପଂଚଶୀଳ ଚୁକ୍ତି ଅନୁସାରେ ଉଭୟ ଦେଶ ଆଗକୁ ବଢିବା ଉପରେ ଚୀନ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି । ସାକ୍ଷାତବେଳେ ମୋଦି କହିଛନ୍ତି, ପରିବର୍ତିତ ପରିସ୍ଥିତିରେ ବ୍ରିକ୍ସକୁ ଅଧିକ ଦୃଢ କରିବା ଆବଶ୍ୟକତା ରହିଛି । ଏହି ଅବସରରେ ସେ ଗୋଆରେ ବସିଥିବା ବ୍ରିକ୍ସ ସମ୍ମିଳନୀର କଥା ବି କହିଥିଲେ ।

ବ୍ରିକ୍ସ ସମ୍ମିଳନୀରେ ଆଜି ପୁଣି ଥରେ ଆତଙ୍କବାଦ ପ୍ରସଙ୍ଗ ଦୋହରାଇଲେ ମୋଦି । ଆତଙ୍କବାଦ ମୁକାବିଲା ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆତଙ୍କବାଦର ମୁକାବିଲା ପାଇଁ ନୂଆ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ବୋଲି ମୋଦି କହିଛନ୍ତି । ଏହା ସହ ସବ କା ସାଥ୍ ସବ କା ବିକାଶ ଉପରେ ଜୋର ଦେଇଛନ୍ତି ମୋଦି । ସମସ୍ତେ ଏକାଠି ହୋଇ ଆଗକୁ ବଢିବାକୁ ହେବ ବୋଲି ସେ କହିଛନ୍ତି । ଭାରତ ଏବେ ଡିଜିଟାଲ କ୍ଷେତ୍ରରେ କାମ କରୁଛି । ଆଉ ଦ୍ରୁତ ଗତିରେ ବିକାଶ ଦିଗରେ ଆଗକୁ ବଢୁଛି । ନିଜ ଅଭିଭାଷଣରେ ସାଇବର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।