ବାଲେଶ୍ୱରର ବିକାଶ ଉତ୍ସବରେ ନରେନ୍ଦ୍ର ମୋଦି

22

ବାଲେଶ୍ୱର : ବାଲେଶ୍ୱରର ବିକାଶ ଉତ୍ସବରେ ନରେନ୍ଦ୍ର ମୋଦି । ଓଡିଆରେ ଆରମ୍ଭ କଲେ ନିଜର ଅଭିଭାଷଣ । ପ୍ରବଳ ଜନସମାଗମକୁ ଦେଖି ଖୁବ୍ ପ୍ରଶଂସା କଲେ ମୋଦି । ୨ ବର୍ଷର ସରକାରଙ୍କ ଉପଲବ୍ଧିକୁ ନେଇ ଦେଲେ ହିସାବ । କହିଲେ ଦେଶକୁ ଗରୀବ ମୁକ୍ତ କରିବା ପାଇଁ ସମସ୍ତଙ୍କ ସହେଯାଗ ଜରୁରୀ । ଓଡିଶାରେ ଅନେକ ଗାଁରେ ବିଜୁଳି ସଂଯୋଗ ନଥିଲା । ୩ ଶହ ଦିନରେ ୭ ହଜାରରୁ ଅଧିକ ଗାଁରେ ବିଜୁଳି ସଂଯୋଗ କରାଯାଇଛି । ହଜାରେ ଦିନରେ ୧୮ ହଜାର ଗାଁକୁ ବିଜୁଳି ସଂଯୋଗର ଲକ୍ଷ୍ୟ ରଖାଯାଇଛି ।

ଲୋକଙ୍କ ଉନ୍ନତି ପାଇଁ ବିନା ଗ୍ୟାରେଂଟିରେ ଋଣ ଯୋଗାଉଛି ବ୍ୟାଙ୍କ । ୫୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଗାଣରେ ଯୋଗାଇ ଦିଆଯାଉଛି ଋଣ । ଓଡିଶାରେ ବିଜେପି ଶାସନ ନଥିବାରୁ ରାଜ୍ୟର ସ୍ଥିତି ବେହାଲ । ପୂର୍ବରୁ କୈାଣସି ସରକାର ହିସାବ ଦେବାକୁ ଆସୁନଥିଲେ । ମୁଁ ପ୍ରଥମ ଥର ଭାବେ ହିସାବ ଦେବାକୁ ଆସିଛି । ଆପଣମାନଙ୍କର ଆର୍ଶିବାଦ ନେବାକୁ ଓଡିଶା ଆସିଛି । ବିକାଶ ଉତ୍ସବରେ ୫୦ ମିନିଟର ଅଭିଭାଷଣରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ସମ୍ବନ୍ଧରେ ବଖାଣିଲେ ମୋଦି । କହିଲେ ଆଗାମୀ ତିନି ବର୍ଷରେ ଆପଣଙ୍କର ସବୁ ସ୍ୱପ୍ନ ପୂରଣ ହେବ । ପୁଣି ନବୀନ ସରକାରକୁ କଲେ ଟାର୍ଗେଟ। କହିଲେ ବିକାଶର ଅନ୍ୟ ନାମ ବିଜେପି । ବାଲେଶ୍ୱରରେ ନବୀନ ସରକାରକୁ କଲେ କଟାକ୍ଷ । ମୋ ସ୍ୱର ଭୁବନେଶ୍ୱରରେ ପହଁଚିବ କି? ଶୋଇଥିବା ସରକାରଙ୍କ କାନରେ ପହଁଚିବକି ମୋ ସ୍ୱର ?