ବିଜେପି ସଂସଦୀୟ ଦଳ ବୈଠକରେ ଭାବପ୍ରବଣ ହେଲେ ମୋଦି । କହିଲେ, ଇନ୍ଦିରା ଗାନ୍ଧିଙ୍କ ସମୟରେ ବି ୧୮ଟି ରାଜ୍ୟରେ କ୍ଷମତାରେ ଥିଲା କଂଗ୍ରେସ । ଏବେ ୧୯ ରାଜ୍ୟରେ ବିଜେପି ଶାସନ ।

22

ବିଜେପି ସଂସଦୀୟ ଦଳ ବୈଠକରେ ଭାବପ୍ରବଣ ହେଲେ ମୋଦି । ଆଜି ବସିଥିବା ବୈଠକରେ କହିଛନ୍ତି ଇନ୍ଦିରା ଗାନ୍ଧିଙ୍କ ସମୟରେ ବି ୧୮ଟି ରାଜ୍ୟରେ କ୍ଷମତାରେ ଥିଲା କଂଗ୍ରେସ । ହେଲେ ଏବେ ୧୯ ରାଜ୍ୟର ଶାସନ ଡୋରି ରହିଛି ବିଜେପି ହାତରେ । ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବିଜେପି ବିଜୟୀ ହେବା ପରେ ବସିଥିଲା ବିଜେପିର ସଂସଦୀୟ ଦଳ ବୈଠକ । ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସମ୍ବୋଧିତ କରିଛନ୍ତି । ବୈଠକକୁ ସମ୍ବୋଧିତ କରିବା ସମୟରେ ଭାବୁକ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ ।

ଦୁଇ ରାଜ୍ୟର ବିଧାନସଭା ର୍ନିବାଚନରେ ଦଳର କାର୍ଯ୍ୟକର୍ତା ଯେଉଁଭଳି ଭାବେ ମିଳିମିଶି କାମ କଲେ ତାକୁ ସର୍ବଦା ବଜାୟ ରଖିବାକୁ ମୋଦି ପରାମର୍ଶ ଦେଇଛନ୍ତି । ୨୦୧୯ ନିର୍ବାଚନରେ ବୁଥସ୍ତରରେ କିପରି ଦଳକୁ ଆହୁରି ମଜବୁତ କରାଯାଇପାରିବ ସେନେଇ ନେତାମାନଙ୍କୁ ମୋଦି ଟିପ୍ସ ଦେଇଛନ୍ତି । ବୈଠକରେ ମୋଦିଙ୍କୁ ଲଡୁ ଖୁଆଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ସଂସଦୀୟ ଦଳ ମନ୍ତ୍ରୀ ଅନନ୍ତ କୁମାର ମଧ୍ୟ ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।