ମୋଦିଙ୍କ ରଜ ଶୁଭେଚ୍ଛା : ଟ୍ୱିଟ କରି ପବିତ୍ର ଗଣପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

48

କନକ ବ୍ୟୁରୋ : ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରଜ ଶୁଭେଚ୍ଛା । ରଜ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ଟ୍ୱିଟ କରି ଲେଖିଛନ୍ତି ଯେ, ଗଣପର୍ବ ରଜର ପବିତ୍ର ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ଏହି ଉତ୍ସବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ ବୋଲି ସେ ଲେଖିଛନ୍ତି । ଏହାସହ ସେ ଇଂରାଜୀରେ ମଧ୍ୟ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

SOURCE : Catch Hindi


 

ଆଜି ରଜ ସଂକ୍ରାନ୍ତି । ଗାଁରୁ ସହର ସବୁଠି ଧୁମଧାମରେ ପାଳନ କରାଯାଉଛି ରଜ ପର୍ବ । ରଜରେ ପୋଡପିଠାର ପରମ୍ପରା ସ୍ୱତନ୍ତ୍ର । ସେହିପରି ରଜପାନର ବାସ୍ନା ଓ ସ୍ୱାଦ ଅତି ମନଲୋଭା । ପାଗ ଭଲଥିବାରୁ ରଜକୁ ଉପଭୋଗ କରୁଛନ୍ତି ଲୋକେ । ଆକାଶ ତଳେ ମେଘ ଲୁଚକାଳି ଖେଳୁଥିବାରୁ ଲୋକେ ବି ଆଗ୍ରହର ସହ ରଜ ପାଳୁଛନ୍ତି  ଗାଁ ଗହଳିରେ ପୁଚି ଓ ଦୋଳିଖେଳରେ ସମସ୍ତେ ମାତିଛନ୍ତି ।

ରାଜଧାନୀ ଉପକଂଠ କଲ୍ୟାଣପୁରରେ ଚଳିତ ରଜ ମହୋତ୍ସବକୁ ଧୁମଧାମରେ ପାଳନ କରାଯାଉଛି । ତିନି ଦିନ ଧରି ଏହି ଉତ୍ସବ ଚାଲିବ । ଏହି ଅବସରରେ ମହୋତ୍ସବ ପଡିଆରେ ୧୦୦ ଟି ଦୋଳି ସାଙ୍ଗକୁ ପଶାଖେଳ, ପୁଚି ଖେଳ ଆଦି ଦେଖିବାକୁ ମିଳିଛି । ଯେଉଁଥିରେ ଆବାଳ ବୃଦ୍ଧବନିତା ସାମିଲ ହେବା ସହିତ ପ୍ରତ୍ୟେକ ଖେଳର ଆନନ୍ଦ ଉଠାଇଥିଲେ । ୨ ବର୍ଷ ଧରି ଅନୁଷ୍ଠିିତ ହେଉଥିବା ଏଭଳି ପ୍ରୟାସକୁ ଗ୍ରାମବାସୀ ଭୁରିଭୁରି ପ୍ରଶଂସା କରିଥିଲେ ।