ଗ୍ୟାସ ସିଲିଣ୍ଡର ପରେ ମୋଦି ସରକାରଙ୍କ ଆଉ ଏକ ଯୋଜନା : ଜନତାଙ୍କୁ କିସ୍ତିରେ ଇଣ୍ଡକ୍ସନ୍ ଚୁଲା ଦେବା ପାଇଁ କରୁଛନ୍ତି ପ୍ରସ୍ତୁତି !

59

ବଢ଼ୁଥିବା ରୋଷେଇ ଗ୍ୟାସର ମୂଲ୍ୟରେ ଯେଉଁଠି ସାଧାରଣ ଜନତା ହଇରାଣ ହେଉଛନ୍ତି, ସେଇଠି ମୋଦି ସରକାର ଲୋକଙ୍କ ପାଇଁ ରୋଷେଇ କରିବାର ଏକ ନୂଆ ବିକଳ୍ପ ଖୋଜି ନେଇଛନ୍ତି । ଦର ବୃଦ୍ଧିକୁ ନେଇ ଜନତାଙ୍କ ଆକ୍ରୋଶର ସାମନା କରୁଥିବା ମୋଦି ସରକାର ଏବେ ଇଣ୍ଡକ୍ସନ କୁକର ଦେବା ପାଇଁ ଯୋଜନା କରୁଛନ୍ତି । ଉଜ୍ଜଳା ଯୋଜନା ଅଧିନରେ ମୋଦି ସରକାର ପରିବାରଙ୍କୁ କିସ୍ତିରେ ଇଣ୍ଡକ୍ସନ ଚୁଲା ଉପଲବ୍ଧ କରାଇବେ । ଏଥିପାଇଁ ଶକ୍ତି ମନ୍ତ୍ରାଳୟକୁ ପ୍ରସ୍ତାବ ପଠାଯାଇସାରିଛି ।

ମୋଦି ସରକାର ଦ୍ୱାରା ସହରୀ ଓ ଗ୍ରାମାଂଚଳର ଲୋକଙ୍କୁ ଚୁଲା ଦିଆଯିବ । ଏହି ଯୋଜନା ସରକାରଙ୍କ ଗତ ଉଜ୍ଜଳା ଯୋଜନା ଦିଗରେ ରହିବ । ଯେଉଁ ପରିବାରଙ୍କୁ ଏହି ଚୁଲା ମିଳିବ, ତାଙ୍କର ବାର୍ଷିକ ୧୫୦୦ ଟଙ୍କାର ସଂଚୟ ହେବ । ଚୁଲା ନେଉଥିବା ପରିବାରକୁ ଏହି କିସ୍ତି ପ୍ରତି ମାସ ବିଜୁଳି ବିଲ୍ ସହିତ ଜମା କରିବାକୁ ପଡିବ । ଏଥିପାଇଁ ଏନର୍ଜିି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ୍ ଦ୍ୱାରା ଉର୍ଜ୍ଜା ମନ୍ତ୍ରାଳୟଙ୍କୁ ପ୍ରସ୍ତାବ ପଠାଯାଇସାରିଛି ।

ପରିବାରକୁ ଦିଆଯାଉଥିବା ସିଙ୍ଗଲ ଚୁଲାର ମୂଲ୍ୟ ପାଖାପାଖି ୮୦୦ ଟଙ୍କା ହେବ । ଯେବେକି ୧୫୦୦ ଟଙ୍କା ମୂଲ୍ୟରେ ଡବଲ୍ ଇଣ୍ଡକ୍ସନ୍ ଚୁଲା ମିଳିବ । ଅନୁମାନ ମୁତାବକ, ସାମାନ୍ୟ ପରିବାରରେ ଇଣ୍ଡକ୍ସନ୍ ରେ ରୋଷେଇ କରିବାରେ ପାଖାପାଖି ୧୦୦ ୟୁନିଟ୍ ବିଜୁଳି ପ୍ରତି ମାସ ଖର୍ଚ୍ଚ ହେବ । ସେଇଠି ରୋଷେଇରେ ବ୍ୟବହୃତ ସିଲିଣ୍ଡରର ମୂଲ୍ୟ ୮୫୦ରୁ ବି ଅଧିକ , ଯାହାକି ଗୋଟିଏ ମାସ ବି ଚାଲେନି ।