ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ଖରାଛୁଟିରେ ଇଂଟର୍ନସିପ୍ କରାଇବେ ସରକାର, ଲାଭରେ ରହିବେ ଛାତ୍ରଛାତ୍ରୀ

33

ଚଳିତ ଖରାଛୁଟିରେ ସରକାର କଲେଜ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଇଣ୍ଟସିପର କରିବାର ସୁଯୋଗ ଦେଉଛନ୍ତି । ଆଉ ସରକାର ଏକ ମହତ୍ ଉଦ୍ଦେଶ୍ୟ ନେଇ ଇଣ୍ଟସିପରର ସୁଯୋଗ ଦେଉଛନ୍ତି । ସରକାଙ୍କ ଏକ ସ୍ୱତନ୍ତ୍ର ଯୋଜନା ସହ ଯୋଡ଼ିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଏହି ଇଂଟର୍ନସିପ ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ଖରାଛୁଟିରେ ଗାଁକୁ ମୋଟ୍ ୧୦୦ ଘଂଟା ଦେବେ । ଯାହାପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ବ୍ୟତୀତ ଆଉ ଅନେକ ଲାଭ ମଳିିବ । ଏହି ପ୍ରୋଜେକ୍ଟ ପାଇଁ ସରକାର ଜୋରଦାର କାମ ଚଳାଇଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଦାୟିତ୍ୱ ସମ୍ଭାଳୁଥିବା ସ୍ୱଚ୍ଛତା ମନ୍ତ୍ରାଳୟ ସ୍ୱଚ୍ଛ ଭାରତ ସମର ଇଂଟର୍ନସିପ୍ ୨୦୧୮ର ପ୍ରସ୍ତୁତି କରୁଛନ୍ତି । ଖରାଦିନ ଛୁଟିରେ ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀ ଏହି ଅଭିଯାନରେ ଯୋଡ଼ି ହୁଅନ୍ତୁ ବୋଲି ସରକାରଙ୍କ ଲକ୍ଷ୍ୟ ।

ଆମ ଦେଶର ସ୍ୱଚ୍ଛତା ବିଷୟରେ ସମସ୍ତେ ଅବଗତ । ମୋଦି ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିବା ପରେ ପରେ କିିଛି ଦିନ ପାଇଁ ଚାଲିଥିଲା ଏହି ଯୋଜନା । ଦେଶର ପରିମଳ ବ୍ୟବସ୍ଥାକୁ ସୁଧାରିବା ଲାଗି ଆରମ୍ଭ ହୋଇଥିଲା ସ୍ୱଚ୍ଛ ଭାରତ ଅଭିଯାନ । ଦେଶର ସବୁଠାରୁ ବଡ଼ ମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିଲେ । ବେଶ୍ କିଛି ଦିନ ଧରି ରାଜନେତା, ସ୍ୱେଚ୍ଛାସେବୀ ଦଳ, ସେଲିବ୍ରିଟ୍ରି ତଥା ସାଧାରଣ ଲୋକ ଏହି ଅଭିଯାନରେ ସାମିଲ ହୋଇଥିଲେ । ଏହାସହ ଏହି ଅଭିଯାନ ବହୁତ ଦିନ ଧରି ଖବରକାଗର ପ୍ରଥମ ପୃଷ୍ଠା ମଧ୍ୟ ମଣ୍ଡନ କରିଥିଲା । କିନ୍ତୁ ଧୀରେ ଧୀରେ ଏହି ମିଶନକୁ ଲୋକମାନ ଭୁଲିବାରେ ଲାଗିଲେ । ଏହି ମିଶନକୁ ନେଇ ଆଗ ପରି ଲୋକଙ୍କ ମନରେ ସେ ଉତ୍ସାହ ନାହିଁ । ଧୀରେ ଧୀରେ ସବୁ ଫିକା ପଡ଼ିବାରେ ଲାଗିଲ । ଆଉ ଏବେ ସେହି ସ୍ପୃୃହା ନାହି ।

summer internshipତେଣୁ ଏହି ଖରାଦିଆ ଇଂଟର୍ନସିପ ଜିରିଆରେ ପୁଣି ଥରେ ସଚେତନ କରବା ପାଇଁ ସରକାର ଅଭିଯାନ ଆରମ୍ଭ କରିବା ପାଇଁ ଯାଉଛନ୍ତିି । ଇଂଟର୍ନସିପରରେ ଛାତ୍ରଛାତ୍ରୀଙ୍କ ପାଇଁ କିଛି ସର୍ତ୍ତ ରଖାଯାଇଛି । ସର୍ତ୍ତ ଅନୁସାରେ ଛାତ୍ରଛାତ୍ରୀଙ୍କୁ ତାଙ୍କ ଗାଁ ତଥା ଆଖପାଖ ଅଂଚଳରେ ଶ୍ରମଦାନ, ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏକ ସିଷ୍ଟମ ପ୍ରସ୍ତୁତ କରିବା ପାଇଁ ପଡ଼ିବ । ଆଉ ଏଥିପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୧୦୦ ଘଂଟା କାମ କରିବା ପାଇଁ ପଡ଼ିବ ।

ସରକାରଙ୍କ ସୂଚନା ଅନୁସାରେ ଇଂଟର୍ନସିପ କରିବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ ସହ ପରାମର୍ଶ ପରେ ପ୍ରସ୍ତୁତ କରାଯିବ । ଏହି ଇଂଟର୍ନସିପରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ କଲେଜ, ମହାବିଦ୍ୟାଳୟ, ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ମାନିତ କରାଯିବ । ଏହା ବ୍ୟତୀତ ଏହି ଇଂଟର୍ନସିପରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯିବ ।