ଚାଷୀଙ୍କ ଉପରେ ମୋଦି ସରକାରଙ୍କ ନଜର ! କୃଷି ଉପକରଣ ଶସ୍ତାରେ ଦେବା ପାଇଁ କରୁଛନ୍ତି ନୂଆ ଯୋଜନା

ଚାଷୀଙ୍କ ଉପରେ ମୋଦଜି ସରକାରଙ୍କ ନଜର

73

କନକ ବ୍ୟୁରୋ : ମୋଦି ସରକାର କୃଷକମାନଙ୍କୁ ପ୍ରଲୋଭନ ଦେଖାଇବା ପାଇଁ ଏକ ବଡ ପଦକ୍ଷେପ ନେଇପାରନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ମୋଦି ସରକାର ଚାଷୀମାନଙ୍କୁ ଟ୍ରାକ୍ଟର ସହ ଅନେକ ପ୍ରକାରର ମେସିନ ଦେଇପାରନ୍ତି । ତେଣୁ ଏନେଇ ପ୍ରତ୍ୟେକ ରାଜ୍ୟରେ କେନ୍ଦ୍ର ସରକାର କଷ୍ଟମର କେୟାର ଖୋଲିବେ । ଯେଉଁଥରେ କି ଯେଉଁମାନେ କେନ୍ଦ୍ର ସରାକରଙ୍କ ପକ୍ଷରୁ ଚାଷୀମାନଙ୍କ ପାଇଁ କରାଯାଇଥିବା ଯୋଜନା ବା ସେମାନଙ୍କୁ ମିଳିବାକୁ ଥିବା ଉପକରଣ ସମ୍ପର୍କରେ ବୁଝାଇବେ । ମଧ୍ୟପ୍ରଦେଶରେ ଏପରି କରିବା ଦ୍ୱାରା ତାହା ସଫଳ ହୋଇଥିବା ଜଣାପଡିଛି । ମଧ୍ୟପ୍ରଦେଶରେ ପାଖାପାଖି ୧୨୦୦ କଷ୍ଟମର କେୟାରରେ କୃଷିସାମଗ୍ରୀ ମିଳୁଛି ।

 

ଏହା ଖୋଲିବା ପରେ ସରକାର ଜାଣିବାକୁ ପାଇଛନ୍ତି ଏହା ମାଧ୍ୟମରେ ଚାଷୀମାନେ ଉପକୃତ ହେଉଛନ୍ତି । କେବଳ ଏତିକି ନୁହେଁ ତାହାକୁ ପରିଚାଳନା କରିବା ପାଇଁ ଲୋକମାନଙ୍କର ଆବଶ୍ୟକତା ରହିଛି । ତେଣୁ ତାହା ମାଧ୍ୟମରେ ଲୋକମାନଙ୍କୁ ରୋଜଗାର ମଧ୍ୟ ମିଳୁଥିବା ଜଣାପଡିଛି । ତେଣୁ ଦେଶର ସମସ୍ତ ରାଜ୍ୟରେ ଏହା ଖୋଲିବା ପାଇଁ ସରକାର ଇଚ୍ଛା ରଖିଛନ୍ତି । ନୀତି ଆୟୋଗ ଓ କୃଷି ମନ୍ତ୍ରଣାଳୟ ଉଭୟ ମିଶି ଏହାକୁ ପରିଚାଳନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

କେବଳ ଏତିକି ନୁହେଁ ଚାଷୀଙ୍କ ପାଇଁ ତିଆରି କରୁଥିବା ଉପକରଣ କମ୍ପାନୀମାନଙ୍କ ସହ ମଧ୍ୟ ବୁଝାମଣା ହୋଇଥିବା ସୂଚନା ମିଳିଛି । ଚାଷୀମାନଙ୍କୁ ବ୍ୟ।ଙ୍କରୁ ଶସ୍ତାରେ ଋଣ ଯୋଗାଇ ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଉଛି । ଚାଷୀମାନେ ଏପରି ସୁବିଧା ପାଇଲେ କେବଳ ତାଙ୍କର ଲାଭ ହେବ ତାହା ନୁହେଁ ବରଂ ତାଙ୍କର ଆୟ ମଧ୍ୟ ବଢିବ । ତେଣୁ ସରକାର ଚାଷୀମାନଙ୍କୁ ସାହାଯ୍ୟ ପାଇଁ ଏହି ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଚାହୁଁଛନ୍ତି ।