ମୁସଲମାନ୍ ଝିଅମାନଙ୍କୁ ମୋଦିଙ୍କ ବଡ ଉପହାର ! ‘ଶାଦୀ ଶଗୁନ୍’ ଯୋଜନାରେ ୫୧ହଜାର ଟଙ୍କା ଦେବେ ସରକାର

32

ଦେଶବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଥିବା ପ୍ରଧାନମନ୍ତ୍ରୀ ମୋଦି ଏବେ ଆଉ ଏକ ଉଚ୍ଚକୋଟିର ପଦକ୍ଷେପ ନେଇଛନ୍ତି । ରାକ୍ଷୀପୂର୍ଣ୍ଣିମାର ଠିକ୍ ଦିନକ ଆଗରୁ ମୁସଲମାନ୍ ଯୁବତୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରି ଚର୍ଚ୍ଚାରେ ମୋଦି ସରକାର । ଏହି ଅଳ୍ପସଂଖ୍ୟକ ସମୁଦାୟର ଯୁବତୀମାନଙ୍କ ଉଚ୍ଚଶିକ୍ଷା ପାଇଁ ‘ଶାଦୀ ଶଗୁନ୍’ ନାମକ ଏକ ଯୋଜନା ଆଣିଛନ୍ତି ମୋଦି । ଏହି ଯୋଜନା ଅନୁଯାୟୀ , ଗ୍ରାଜୁଏଟ୍ କରିଥିବା ଯୁବତୀ ମାନଙ୍କୁ ୫୧ହଜାର ଟଙ୍କା ମିଳିବ । ଯାହା ସେମାନଙ୍କୁ ଆଗକୁ ପଢିବାରେ ସାହାୟକ ହେବ ।

କେନ୍ଦ୍ରୀୟ ଅଳ୍ପସଂଖ୍ୟକ କାର୍ଯ୍ୟ ମନ୍ତ୍ରାଳୟ ଅଧୀନରେ ମୌଲାନା ଆଜାଦ୍ ଏଜୁକେସନ୍ ଫାଉଣ୍ଡେସନ୍ (ଏମଏଇଏଫ୍) ମୁସଲମାନ୍ ଝିଅ ମାନଙ୍କ ପାଇଁ ଏହି ପଦକ୍ଷେପ ନେଇଛି । ଉଚ୍ଚଶିକ୍ଷା ପାଇଁ ମୁସଲମାନ୍ ଝିଅ ଏବଂ ସେମାନଙ୍କ ଅଭିଭାବକଙ୍କୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ଲକ୍ଷ ଏବଂ ଉଦ୍ଦେଶ୍ୟ ବୋଲି କହିଛି ଏମଏଇଏଫ୍ । ଏହା ସହ ୯ମ ଏବଂ ୧୦ମ ପଢିଥିବା ଯୁବତୀମାନଙ୍କୁ ୧୦ହଜାର ଟଙ୍କା ମିଳିବ ।

ଏମଏଇଏଫର କୋଷାଧ୍ୟକ୍ଷ ଶାକିର୍ ହୁସେନ୍ ଅନ୍ସାରୀଙ୍କ କହିବା ଅନୁଯାୟୀ, ମୁସଲିମ୍ ସମାଜର ଅଧିକାଂଶ ପରିବାରେ ଆଜିବି ଝିଅମାନେ ଉତ୍ତଶିକ୍ଷାରୁ ବଂଚିତ । ଆଉ ଏହାର ମୁଖ୍ୟ କାରଣ ହେଉଛି ଆର୍ଥିକ ସମସ୍ୟା । ତେଣୁ ଏହି ରାଶି ଦେବା ସହ ଅନ୍ତତଃ ସ୍ନାତକ ଯାଏଁ ପଢିବା ପାଇଁ ଛାତ୍ରୀ ମାନଙ୍କୁ ବିଶେଷ କରି ସେମାନଙ୍କ ଅଭିଭାବକଙ୍କୁ ପ୍ରୋତ୍ସାହନ କରିବା ମୂଳଲକ୍ଷ ବୋଲି କହିଛନ୍ତି ଶାକିର୍ ହୁସେନ୍ । ଏହା ସହ ସେ କହିଛନ୍ତି ଯଦିଓ ୫୧ହଜାର ଏକ ବଡ ପରିମାଣ ନୁହେଁ ତଥାପି ମୁସଲମାନ୍ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ଦେବାରେ ଏହା ସାହାସ ବଢାଇବା ।