ଏଣିକି ହୋଟେଲ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହେବ ହିତକର ! ସରକାର ୧ ମାର୍ଚ୍ଚରୁ ଲାଗୁ କରିବେ ଏହି ନିୟମ

375

ବଡ ରେସ୍ତୋରାଁ ଓ ଫୁଡ କମ୍ପାନୀ ଖାଦ୍ୟରେ ପୋଡା ତେଲ ବ୍ୟବହାର କରିପାରିବେନି । ସରକାର ଶରୀରକୁ କ୍ଷତି ପହଂଚାଉଥିବା ସିଷ୍ଟମ ଉପରେ ରୋକ୍ ଲଗାଇବାକୁ ଚାହୁଁଛନ୍ତି । ନୂଆ ନିୟମ ୧ ମାର୍ଚ୍ଚରୁ ଲାଗୁ ହୋଇଯିବ । ଖାଦ୍ୟ ନିୟାମକ ଏଫଏସଏସଆଇ ଏହି ଆଦେଶ ଦ୍ୱାରା ଦୁଇଟି ଉଦ୍ଦେଶ୍ୟ ପୁରା କରିବାକୁ ଚାହୁଁଛନ୍ତି । ପ୍ରଥମ ଯେଉଁ ଟ୍ରାନ୍ସ ଫ୍ୟାଟର ସମସ୍ୟା ଅଛି, ଯାହା କାରଣରୁ ହୃଦରୋଗ ହୋଇଥାଏ । ତା’ ଉପରେ ଲଗାମ ଲଗାଇବାକୁ ଚେଷ୍ଟା କରୁଛି କାହିଁକିନା ଯେବେ ଆପଣ ଖାଇବା ତେଲକୁ ଆଉଥରେ ବ୍ୟବହାର କରନ୍ତି, ତେବେ ସେଥିରେ ଟ୍ରାନ୍ସଫ୍ୟାଟ୍ ବନିବାର ଅଧିକ ସମ୍ଭାବନା ଥାଏ ।

ଦ୍ୱିତୀୟଟି ବାୟୋଡିଜେଲ ମିଶନ । ଏହା ବି ଏକ ଉଦ୍ଦେଶ୍ୟ କି ପୁରା ଆଦେଶର ଓ ଏହା ପାଇଁ ଯେତେ ବି ବଡ ରେସ୍ତୋରାଁ ଅଛି ଯାହା ପ୍ରତିଦିନ ୫୦ ଲିଟରରୁ ଅଧିକ ଖାଇବା ତେଲ ଛାଣିବା ପାଇଁ ବ୍ୟବହାର କରନ୍ତି, ସେମାନଙ୍କୁ ନିଜର ଏକ ରେକର୍ଡ ବଜାୟ ରଖିବାକୁ ପଡିବ । ସେମାନେ କେଉଁଠୁ ଖାଇବା ତେଲ ଆଣିଛନ୍ତି, କେତେ ବ୍ୟବହାର କରିଛନ୍ତି ଓ କେତେ ଦୂର କରିଛନ୍ତି ଓ କେଉଁ ଏଜେନ୍ସିକୁ ଆଡେଇଛନ୍ତି । ଏହି ସମସ୍ତ ରେକର୍ଡ ତାଙ୍କୁ ବଜାୟ ରଖିବାକୁ ପଡିବ । ଯେଉଁ ସରକାରୀ ଏଜେନ୍ସି ଏହି ତେଲକୁ ସଂଗ୍ରହ କରିବ, ସେ ଏହାକୁ ପରେ ବାୟୋଡିଜେଲ ତିଆରି କରିବା ପାଇଁ ବ୍ୟବହାର କରିବ । ଏଥିପାଇଁ ଫୁଡ୍ କମିଶନକୁ ନିରୀକ୍ଷଣ କରିବାକୁ କୁହାଯାଇଛି କି ତାହା ଦ୍ୱିତୀୟ ଥର ଯେମିତି ବ୍ୟବହାର ନହେଉ ।