ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର ! ବନ୍ଦ ହେବ ୟୁଜିସି , ଆରମ୍ଭ ହେବ ଉଚ୍ଚ ଶିକ୍ଷା କମିଶନ । ଆପଣଙ୍କ ମତାମତ ଲୋଡ଼ୁଛନ୍ତି କେନ୍ଦ୍ର ସରକାର

43

ବନ୍ଦ ହେବ ୟୁଜିସି, ଆରମ୍ଭ ହେବ ଉଚ୍ଚ ଶିକ୍ଷା କମିଶନ । ଆଉ ଏଥିପାଇଁ କେନ୍ଦ୍ର ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଦେଶର ବିଶ୍ୱବିଦ୍ୟାଳୟ ମାନଙ୍କୁ ନିୟନ୍ତ୍ରଣ କରୁଥିବା ସର୍ବୋଚ୍ଚ ସଂସ୍ଥା, ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି)କୁ ବନ୍ଦ କରି ତାହା ସ୍ଥାନରେ ଉଚ୍ଚ ଶିକ୍ଷା କମିଶନ ଅଫ ଇଣ୍ଡିଆ (ଏଚଇସିଆଇ)କୁ ଲାଗୁ କରିବାକୁ ଯାଉଛନ୍ତି । କେନ୍ଦ୍ରୀୟ ମାନବ ସଂସାଧନ ମନ୍ତ୍ରୀ ପ୍ରକାଶ ଜାଭେଡ଼କରଙ୍କ କହିବା ଅନୁସାରେ ୟୁଜିସି ବଦଳରେ ଏଚଇସିଆଇ ଲାଗୁ କରିବା ପାଇଁ ଅଧିନୀୟମ ଜାରି କରାଯାଇଛି ।

ମୋଦି ସରକାରଙ୍କ ଯୋଜନା ଅନୁସାରେ, ୟୁଜିସି ଆକ୍ଟ ୧୯୫୬କୁ ବନ୍ଦ କରି ଏଚଇସିଆଇକୁ ଲାଗୁ କରାଯିବ । ଏଥିପାଇଁ ଜନସାଧାରଣଙ୍କୁ ମତାମତ ପ୍ରକାଶ କରିବାକୁ କହିଛନ୍ତି କେନ୍ଦ୍ର ସରକାର । ବୋର୍ଡିଙ୍ଗ ଇନସପେକ୍ଟର ରାଜକୁ ବନ୍ଦ କରିବା ପାଇଁ ସରକାର ଏହିଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ମାନବ ସଂଶାଧନ ବିକାଶ ମନ୍ତ୍ରଣାଳୟ ବୁଧବାର ଏହି ଅଧିନିୟମକୁ ନିଜ ୱେବସାଇଟରେ ଅପଲୋଡ କରିଛନ୍ତି । ସରକାରଙ୍କ ପ୍ରସ୍ତାବିତ ଏଚଇସିଆଇରେ ୧୨ ଜଣ ସଦସ୍ୟ ରହିବେ, ଯେଉଁମାନଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ପ୍ରଦାନ କରିବେ । ଏଥି ମଧ୍ୟରେ ରେୟାରପର୍ସନ ଏବଂ ବାଇସ ଚେୟାରପର୍ସନ ପଦବୀରେ କେହି ରହିବେ ନାହିଁ । କେବଳ ଉଚ୍ଚ ଶିକ୍ଷା , ମିନିଷ୍ଟ୍ରୀ ଅଫ ସ୍କିଲ ଡେଭଲପମେଣ୍ଟ ଏବଂ ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସଚିବଙ୍କ ସମେତ ଏଆଇସିଟିଇ ଏବଂ ଏନସିଟିଇକୁ ଚେୟାର ପର୍ସନ ଏବଂ ଦୁଇଜଣ କୁଳପତିଙ୍କୁ ଏହି ସଦସ୍ୟ ମଧ୍ୟରେ ସାମିଲ କରାଯିବ ।

ଅନୁମତି ପତ୍ର ଅଧିନିୟମ ଅନୁସାରେ, ଉଚ୍ଚ ଶିକ୍ଷାକୁ ଅଧିକ ସ୍ୱତନ୍ତ୍ରତା ଦେଉଥିବା ସୁବିଧା ସୁଧାରିବା ପାଇଁ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି । ଯାହାଦ୍ୱାରା ଶିକ୍ଷା ଗୁଣବତ୍ତା ଏବଂ ବିକାଶର ସୁବିଧାକୁ ବଢାଇବାରେ ଅଧିକ ଗୁରୁତ୍ୱ ଦିଆଯିବ । ଏଥିପାଇଁ ୭ ଜୁଲାଇ ସନ୍ଧ୍ୟା ପର୍ଯ୍ୟନ୍ତ ମତାମତ ଦେବାକୁ କୁହାଯାଇଛି । ଏଥିପାଇଁ ଲୋକମାନେ ଏହି  reformofugc@gmail.com ଆକାଉଣ୍ଟରେ ମେଲ କରିପାରିବେ ।