ମାଗଣାରେ ମିଳିବ ମୋବାଇଲ ଫୋନ୍ ! ମୋଦି ସରକାର ଉପସ୍ଥାପନ କଲେ ଆକର୍ଷଣୀୟ ଅଫର

38

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରୀ କାର୍ଯ୍ୟକ୍ରମ ସହ ଯୁବପୀଢ଼ିଙ୍କୁ ଯୋଡ଼ି ରଖିବା ପାଇଁ ଏକ ପ୍ରୟାସ କରୁଥାଆନ୍ତି । ତେବେ ଏବେ ମୋଦି ସରକାର ଆଣିଥିବା ଅଫର ଯୁବପୀଢ଼ିିଙ୍କ ପାଇଁ ଦମଦାର ଅଫର ସାବ୍ୟସ୍ତ ହୋଇପାରେ । ଏହି ଅଫର ସରକାରଙ୍କ ବହୁ ଚର୍ଚ୍ଚିତ ୱେବସାଇଟ mygov.inରେ ଉପଲବ୍ଧ । ତେବେ ସରକାରଙ୍କ ଠାରୁ ମାଗଣା ମୋବାଇଲ ପାଇବା ପାଇଁ ଯେଉଁ ଲୋକଙ୍କୁ ସରକାରଙ୍କ ଏକ କାର୍ଯକ୍ରମ ପାଇଁ ଟ୍ୟାଗଲାଇନ ତିଆରି କରି ପଠେଇବା ପାଇଁ ପଡ଼ିବ । ସରକାରଙ୍କୁ ଯେଉଁ ଟ୍ୟାଗଲାଇନ ପସନ୍ଦ ଆସିବ, ଉକ୍ତ ବ୍ୟକ୍ତିଙ୍କୁ ମୋବାଇଲ ଫୋନ ଦିଆଯିବ । ତେବେ ଏହି ଅଫର ବିଷୟରେ ଅଧିକ ଆଲୋଚନା କରିବା । ତା’ସହ ଆପଣ କିଭଳି ଏହି ପ୍ରତିଯୋଗିତାରେ ଭାଗ ନେଇ ମୋବାଇଲ ଫୋନ ଜିତି ପାରିବେ ।

ଜାଣନ୍ତୁ କାର୍ଯ୍ୟକ୍ରମଟି କ’ଣ ?
ନିବେଶକଙ୍କୁ ସଚେତନ କରିବା ପାଇଁ ଚାହୁଁଛନ୍ତି ମୋଦି ସରକାର । ଏହାସହ ତାଙ୍କ ଉପଯୁକ୍ତ ସୁରକ୍ଷା ଉପରେ ମଧ୍ୟ ଧାନ ଦିଆଯାଉଛଇ । ଏଥିପାଇଁ ସରକାର ଇନଭେଷ୍ଟର ଏଜୁକେସଜ ଆଣ୍ଡ ପ୍ରୋଟେକ୍ସନ ଫଣ୍ଡ (ଆଇଇପିଲଫ) ଗଠନ କରିଛନ୍ତି । ଏହାସହ ସରକାର ସେପ୍ଟେମ୍ବର ୨୦୧୬ରେ ଇନଭେଷ୍ଟର୍ସ ଏଜୁକେସନ ଆଣ୍ଡ ପ୍ରୋଟେକ୍ସନ ଫଣ୍ଡ ପ୍ରାଧିକାରୀ ଗଠନ କରିଥିଲେ । ଏହି ପ୍ରାଧିକାରୀ mygov.inରେ ରେ ଟ୍ୟାଗଲାଇନ ତିଆରି ପ୍ରତିଯୋଗିତା ଆୟୋଜନ କରିଥିଲେ ।

କ’ଣ କରିବାକୁ ପଡିବ ?
ଆପଣଙ୍କୁ ପ୍ରଥମେ ଏକ ଟ୍ୟାଗଲାଇନ ତିଆରି କରିବା ପାଇଁ ପଡ଼ିବ । ଏହା କେବଳ ଗୋଟେ ଧାଡିରେ ହିଁ ହେବା ଆବଶ୍ୟକ । ତା ବି ମାତ୍ର ୭୦ଟି ଶଦ୍ଦ ମଧ୍ୟରେ ରହିବ । ଆପଣଙ୍କ ଟ୍ୟାଗଲାଇନରେ ଇନଭେଷ୍ଟର ସଚେତନା ଉପରେ ହେବା ଦରକାର । ଯଦି ଆପଣଙ୍କ ଟ୍ୟାଗଲାନଇ ବଛାଯାଏ, ତେବେ ସରକାର ତାଙ୍କୁ ନିଜର ସମ୍ପତ୍ତି ଘୋଷଣା କରାଯିବ । ସରକାର ଏହି ଟ୍ୟାଗଲାଇନକୁ ବିଜ୍ଞାପନ, ପ୍ରମୋସନ ଓ ଡିସପ୍ଲେରେ ବ୍ୟବାହର କରିବେ ।

କିପରି ହେବ ଚୟନ ?
ଆପଣଙ୍କୁ ଆପଣଙ୍କ ଟ୍ୟାଗଲାଇନ mygov.inରେ ହିଁ ଅପଲୋଡ କରିବାକୁ ପଡିବ । ଏହାକୁ ଏକ ସ୍କ୍ରିନିଂ କମେଂଟ ପାଖକୁ ପଠାଯିବ । ସ୍କ୍ରିନିଂ କମେଂଟ ଦ୍ୱାରା ୨୦ଟି ଏଂଟ୍ରିକୁ ଚୟନ କରାଯିବ । ତା’ପରେ ଜଣଙ୍କ ଟ୍ରାଗଲାନକୁ ଚୟନ କମିଟି ବାଛିବ ଏବଂ ତାଙ୍କୁ ବିଜୟୀ ଘୋଷଣା କରାଯିବ । ଆଉ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ମୋବାଇଲ୍ ଫୋନ୍ ।