ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି ! ଏଣିକି ESIC ହସ୍ପିଟାଲରେ ଶସ୍ତାରେ ଚିକିତ୍ସା କରାଇପାରିବେ ସାଧାରଣ ଲୋକେ

229

କନକ ବ୍ୟୁରୋ : ମୋଦି ସରକାର କର୍ମଚାରୀ ରାଜ୍ୟ ବିମାନ ନିଗମ (ଇଏସଆଇସି)ର ହସ୍ପିଟାଲରେ ସାଧାରଣ ଲୋକଙ୍କ ପାଇଁ ଖୋଲିବ ବୋଲି ନିଷ୍ପତି ନେଇଛନ୍ତି । ଏବେ ସାଧାରଣ ଜନତା ଶସ୍ତାରେ ନିଜର ଚିକିତ୍ସା କରାଇପାରିବେ । ଇଏସଆଇସି ଅଂଶୀଦାରଙ୍କ ବ୍ୟତୀତ ସାଧାରଣ ଲୋକଙ୍କୁ ନିଜ ହସ୍ପିଟାଲରେ ଚିକିତ୍ସା ସେବା  ଯୋଗାଇ ଦେବା ପାଇଁ  ନିଷ୍ପତି ନେଇଛି । ।

ଦେଶର ବିଭିନ୍ନ ରାଜ୍ୟରେ ଥିବା ଏକାଧିକ ଇଏସ୍ଆଇସି ହସ୍ପିଟାଲମାନଙ୍କରେ ଏଣିକି ସାଧାରଣ ଲୋକେ ମଧ୍ୟ ଚିକିତ୍ସିତ ହେବାର ସୁବିଧା ପାଇପାରିବେ । ପୂର୍ବରୁ କେବଳ ମାତ୍ର ଏହାର ତାଲିକାଭୁକ୍ତ ସଭ୍ୟ ବା ସଦସ୍ୟମାନେ ହିଁ ଇଏସ୍ଆଇସି ହସ୍ପିଟାଲମାନଙ୍କରେ ଚିକିତ୍ସିତ ହେବାର ସୁଯୋଗ ପାଇ ପାରୁଥିଲେ ।

ତେବେ, ଏଣିକି ଚିକିତ୍ସା ସୁବିଧାକୁ ଲୋକଙ୍କ ନିକଟତର କରାଇବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଇଏସ୍ଆଇସି ହସ୍ପିଟାଲମାନଙ୍କରେ ଏଣିକି ସାଧାରଣ ଲୋକଙ୍କୁ ମଧ୍ୟ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ସୁବିଧା ସାଧାରଣ ଲୋକଙ୍କୁ ସେହି ସମସ୍ତ ଇଏସ୍ଆଇସି ହସ୍ପିଟାଲମାନଙ୍କରେ ଉପଲବ୍ଧ ହେବ, ଯେଉଁଠାରେ କି ତାଲିକାଭୁକ୍ତ ସଭ୍ୟ ବା ସଦସ୍ୟମାନଙ୍କର କମ୍ ଭିଡ଼ ରହୁଥିବ ଅଥବା ଯେଉଁ ଇଏସ୍ଆଇସି ହସ୍ପିଟାଲଗୁଡ଼ିକ ରୋଗୀଙ୍କ ଦ୍ୱାରା କମ୍ ମାତ୍ରାରେ ବ୍ୟବହୃତ ହେଉଥିବ ।  ଇଏସ୍ଆଇସି ହସ୍ପିଟାଲମାନଙ୍କରେ ସାଧାରଣ ଲୋକ ୧୦ ଟଙ୍କା ବିନିମୟରେ ଆଉଟଡୋର୍ ଚିକିତ୍ସା ପାଇ ପାରିବେ ଏବଂ ନାମ ମାତ୍ର ଦେୟ ଦେଇ ଇନ୍ଡୋର ଚିକିତ୍ସା ସୁବିଧା ପାଇ ପାରିବେ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ କହାଯାଇଛି ।