ମୋଦି ସରକାର ଦେଉଛନ୍ତି ଆୟ କରିବାର ବମ୍ପର ସୁଯୋଗ ! ଜନଔଷଧୀ ଯୋଜନା ଉପରେ ରଖନ୍ତୁ ନଜର

28

ଆପଣ ଯଦି ଅଧିକ ରୋଜଗାର କରିବା ପାଇଁ ଚାହୁଁଛନ୍ତି, ତେବେ ନିଜ ଗାଁ ଓ ସହରରେ ରହି ମଧ୍ୟ ଭଲ ଆୟ କରିପାରିବେ । ମୋଦି ସରକାର ଆପଣଙ୍କୁ ଦେଉଛନ୍ତି ବମ୍ପର ସୁଯୋଗ । ସରକାର ନିଜର ଏପରି ଏକ ଯୋଜନା ଆରମ୍ଭ କରିଛନ୍ତି । ଆଉ ଏହି ଯୋଜନା ସହ ଯୋଡ଼ି ହୋଇ ଆପଣ ପ୍ରତି ମାସରେ ୨୫ ହଜାରରୁ ୩୦ ହଜାର ଆୟ କରିପାରିବେ । ଆଉ ଯେଉଁମାନେ ପ୍ରଥମରୁ ଏହି ଯୋଜନା ସହ ଜଡ଼ିତ ଅଛନ୍ତି, ସେମାନେ ଏତିକି ରାଶି ଆୟ ମଧ୍ୟ କରୁଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ, ୩୦୦ ଜନଔଷଧୀୟ କେନ୍ଦ୍ର ଖୋଲିବା ପାଇଁ ଟାର୍ଗେଟ କରିଥିଲେ । ଯାହା ପୂରଣ ହୋଇସାରିଛି । ଯୋଜନା ଅନୁସାରେ ସରକାର, ଜନସାଧାରଣଙ୍କୁ ଶସ୍ତା ଔଷଧ ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି । ସୂଚନା ଅନୁସାରେ ଲୋକଙ୍କ ସୁବିଧା ପାଇଁ ଆଉ ୩୬,୦୦୦ ସେଣ୍ଟର ପାଇଁ ଯୋଜନା ରହିଛି । ସରକାର ଏହି ଯୋଜନା ଅନୁସାରେ ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର କରିବାର ସୁଯୋଗ ମଧ୍ୟ ଦେଉଛନ୍ତି ।

ଏହି ଯୋଜନା ସହ ଯୋଡ଼ି ହେଲେ ରହିଛି ଅନେକ ସୁବିଧା । ପ୍ରଧାନମନ୍ତ୍ରୀ ସାରା ଦେଶରେ ଜନଔଷଧୀୟ କେନ୍ଦ୍ର ଯୋଜନା ଅନୁସାରେ ସାଧାରଣ ଲୋକଙ୍କ ପାଖରେ ଶସ୍ତା ଦରରେ ଔଷଧ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ଏଥିଯୋଗଁ ଏହି ଯୋଜନା ସହ ଜଡ଼ିତ ଲୋକଙ୍କୁ ମିଳୁଛି ଅନେକ ସୁବିଧା । ଆସନ୍ତୁ ଜାଣିବା ଏହି ଯୋଜନା ଅନୁସାରେ ଆପଣ କିପରି ୨୫ରୁ ୩୦ ହଜାର ଟଙ୍କା ଆୟ କରିପାରିବେ ?

 

 

 

 

 

 

 

 

 

 

 

 

 

 

 

 

 

କିଏ ଉଠାଇପାରିବ ଏହି ଯୋଜନାର ଲାଭ ?
– ଜନଔଷଧୀ କେନ୍ଦ୍ର ଖୋଲିବା ପାଇଁ ସରକାର ୩ ଟି ବିଭାଗ କରିଛନ୍ତି ।
– ପ୍ରଥମ ବିଭାଗରେ କୌଣସି ବି ବ୍ୟକ୍ତି, ବେରୋଜଗାର ଫାର୍ମାସିଷ୍ଟ, ଡାକ୍ତର ଆଦି ଜନଔଷଧୀ କେନ୍ଦ୍ର ଖୋଲିପାରିବେ ।
– ଦ୍ୱିତୀୟ ବିଭାଗରେ ଟ୍ରଷ୍ଟ, ଏଜେନ୍ସି, ପ୍ରାଇଭେଟ୍ ହସ୍ପିଟାଲ ଓ ସ୍ୱୟଂସହାୟକ ଗ୍ରୁପ ଷ୍ଟୋର ଖୋଲିପାରିବେ ।
– ତୃତୀୟ ବିଭାଗରେ ରାଜ୍ୟ ସରକାର ଦ୍ୱାରା ନୋମିନେଟ୍ ହୋଇଥିବା ଏଜେନ୍ସି ଏହି ସେଂଟର ଖୋଲିପାରିବ ।
– ଦୋକାନ ଖୋଲିବା ପାଇଁ ୧୨୦ ବର୍ଗଫୁଟ ଅଂଚଳରେ ଦୋକାନ ହେବା ଜରୁରୀ ।
– ସେଣ୍ଟର ଖୋଲୁଥିବା ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ୬୫୦ରୁ ଅଧିକ ପ୍ରକାର ଔଷଧ ବ୍ୟତୀତ ୧୦୦ରୁ ଅଧିକ ଇକ୍ୟୁପମେଂଟ ବିକ୍ରି କରିବା ପାଇଁ ଉପଲବ୍ଧ କରାଯିବ ।
– ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀୟ କେନ୍ଦ୍ର ଖୋଲିବା ପାଇଁ ୨.୫ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ ।

କିପରି ହେଉଛି ରୋଜଗାର –
– ସେଂଟର ଜରିଆରେ ମାସକୁ ଔଷଧ ଯେତିକି ବିକ୍ରି ହେବ, ତାହାର ୨୦ ପ୍ରତିଶତ କମିଶନ୍ ରୂପରେ ମିଳିବ । ଟ୍ରେଡ଼୍ ମାର୍ଜିନ ବ୍ୟତୀତ ସରକାର ମାସକ ବିକ୍ରି ଉପରେ ଇନସେଣ୍ଟିଭ ରୂପରେ ଦୁଇ ଗଣ ଲାଭ ହେବ । ଅର୍ଥ ଯଦି ଏକ ମାସରେ ୧ ଲକ୍ଷ ପର୍ଯ୍ୟନ୍ତ ଔଷଧ ବିକ୍ରି କଲେ, ୨୫ରୁ ୩୦ ହଜାର ଟଙ୍କା ଆୟ ହେବ ।
– କମିଶନର କୌଣସି ସୀମା ନାହିଁ । ଯେତିକି ଅଧିକ ଔଷଧ ବିକ୍ରି ହେବ କମିଶନ ସେତେ ଅଧିକ ମିଳିବ ।

ଜାଣନ୍ତୁ ସରକାର କିପରି ଦେଉଛନ୍ତି ୨.୫ ଲକ୍ଷର ସହାୟତା ରାଶି –
– ସେଂଟର ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ନିଜ ଟଙ୍କାରେ ଔଷଧ କିଣିବା ପାଇଁ ପଡ଼ିବ । ପରେ ସରକାର ଆପଣଙ୍କୁ ମାସିକିଆ ହିସାବରେ ଟଙ୍କା ଦେବେ ।
– ଦୋକାନ ତିଆରି କରିବା ପାଇଁ ସରକାର ଆପଣଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ । ଏହି ଖର୍ଚ୍ଚକୁ ସରକାର ୬ ମାସ ଭିତରେ ପରିଶୋଧ କରିବ ।
– ଜନଔଷଧୀ ସେଂଟର ଖୋଲିବା ପାଇଁ କମ୍ପ୍ୟୁଟର ଆଦି ସେଟଅପ୍ ପାଇଁ ମଧ୍ୟ ସାହାଯ୍ୟ କରିବେ ସରକାର । ୫୦ ହଜାର ଟଙ୍କାର ଖର୍ଚ୍ଚ ଉପରେ ସରକାର ଆପଣଙ୍କୁ ଏହି ଟଙ୍କା ଫେରାଇବ ।

ସରକାରଙ୍କ ଠାରୁ କିପରିି ମିଳିବ ଇନସେଣ୍ଟିଭ୍ –
ପ୍ରତି ମାସରେ ହେଉଥିବା ଔଷଧ ବିକ୍ରି ଉପରେ ୧୦ ପ୍ରତିଶତ ଇନସେଣ୍ଟିଭ୍ ପ୍ରଦାନ କରାଯିବ । ତେବେ ଏହାର ସୀମା ସର୍ବାଧିକ ୧୦, ୦୦୦ଟଙ୍କା ରଖାଯାଇଛି । ଯଦି ଦୋକାନୀ ୧ ଲକ୍ଷରୁ ଅଧିକ ଟଙ୍କାର ଔଷଧ ଅଧିକ ବିକ୍ରି କରନ୍ତି, ତେବେ ତାଙ୍କୁ ମାସକୁ ୧୦ ହଜାର ଟଙ୍କା ଇନସେଣ୍ଟିଭ ମିଳିବ । ଷ୍ଟୋର ଖୋଲିବା ପାଇଁ ଆପଣଙ୍କ ପାଖରେ ଡଗ୍ ସେଲ କରିବାର ଲାଇସେନ୍ସ ରହିବା ଜରୁରୀ । ଯେଉଁ ବ୍ୟକ୍ତି ଏନେଇ ଅଧିକ ଜାଣିବା ପାଇଁ ଚାହାନ୍ତି ସେ http://janaushadhi.gov.in/ ଯାଇ ସମସ୍ତ ବିବରଣୀ ହାସଲ କରିପାରିବେ ।