୨୭ ବର୍ଷର ନିୟମ ପରିବର୍ତ୍ତନ କଲେ ମୋଦି ସରକାର ! ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିବ ଆଶ୍ୱସ୍ତି

786

କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ କର୍ମଚାରୀଙ୍କ ଶେୟାର ଓ ମ୍ୟୁଚୁଆଲ ଫଣ୍ଡ ନିବେଶରେ ଦେଉଥିବା ତଥ୍ୟ ପ୍ରଦାନର ସୀମାକୁ ବୃଦ୍ଧି କରିଦିଆଯାଇଛି । ଏବେ ଏହା ବୃଦ୍ଧି ପାଇ ଛଅ ମାସରେ କର୍ମଚାରୀଙ୍କ ମୂଳ ବେତନ ସହ ସମାନ ହେବ । ଗତ ଗୁରୁବାର ଏନେଇ ସରକାର ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ପାଖାପାଖି ୨୭ ବର୍ଷ ପୂର୍ବର ମୌଦିକ୍ର ସୀମା ନିୟମରେ ପରିବର୍ତ୍ତନ ହେବ ।

ପୂର୍ବରୁ ଏହି ନିୟମ ଅନୁସାରେ ଗ୍ରୁପ୍ ଏ ଓ ଗ୍ରୁପ ବିର ଅଧିକାରୀଙ୍କୁ ଶେୟାର ଓ ମ୍ୟୁଚୁଆଲ ଫଣ୍ଡ ଯୋଜନାରେ ଏକ କ୍ୟାଲେଣ୍ଡର ବର୍ଷରେ ୫୦,୦୦୦ ଟଙ୍କାରୁ ଅଧିକ ନେଣଦେଣ ଉପରେ ତଥ୍ୟ ଦେବାକୁ ପଡ଼ୁଥିଲା । ଅନ୍ୟପଟେ ଗ୍ରୁପ ସି ଓ ଗ୍ରୁପ୍ ଡି କମଚାରୀଙ୍କ ପାଇଁ ଏହି ଲିମିଟ୍ ୨୫,୦୦୦ ଟଙ୍କା ଥିଲା । କିନ୍ତୁ ନୂଆ ନିୟମ ଅନୁସାରେ କର୍ମଚାରୀ ନିଜର ନିବେଶ ସୂଚନା ତାଙ୍କ ମୂଳ ଦରମା ଠାରୁ ଅଧିକ ହେଲେ ଯାଇ କ୍ୟାଲେଣ୍ଡର ବର୍ଷରେ ପ୍ରଦାନ କରବେ । ସୂଚନା ଅନୁସାରେ ସପ୍ତମ ବେତନ ସୁପାରିଶ ଲାଗୁ ହେବାପରେ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ଘଟିଛି । ଏପରିସ୍ଥଳେ ଏହି ସୀମା ବଢ଼ାଇବାର ନିଷ୍ପତ୍ତି ନିଆଯାଇଛି ।