ମୋଦିଙ୍କୁ ଲୋଡା ପବ୍ଲିସିଟି : କେନ୍ଦ୍ରମନ୍ତ୍ରୀ ଦେଲେ ଲିଖିତ ତଥ୍ୟ, ୪ ବର୍ଷରେ ବିଜ୍ଞାପନ ପାଇଁ ୪,୮୮୦ କୋଟି ଟଙ୍କା ଖର୍ଚ୍ଚ ।

58

କନକ ବ୍ୟୁରୋ: ମୋଦିଙ୍କୁ ଲୋଡା ଲାଇମଲାଇଟ୍ । ୨୦୧୪ରୁ ବିଜ୍ଞାପନ ପାଇଁ ମୋଦି ସରକାର ଖର୍ଚ୍ଚ କରିଛନ୍ତି ୪ ହଜାର ୮୮୦ କୋଟି । ଏନେଇ ରାଜ୍ୟସଭାରେ ଲିଖିତ ଭାବେ ଉତ୍ତର ରଖିଛନ୍ତି କେନ୍ଦ୍ର ସୁଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର । ବିଜ୍ଞାପନ ବାବଦରେ ବିଜେପି ସରକାର ଗତ ୨୦୧୪ରୁ କ୍ଷମତାକୁ ଆସିବା ପରେ ପାଖାପାଖି ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି ।

ରାଜ୍ୟ ସଭାରେ କେନ୍ଦ୍ରମନ୍ତ୍ରୀ ରଖିଥିବା ସୁଚନା ମୁତାବକ, ୨୦୧୪-୧୫ ମସିହାରେ ୯୭୯ କୋଟି, ୨୦୧୫-୧୬ ବର୍ଷରେ ୧୧୬୦ କୋଟି, ୨୦୧୬-୧୭ ବର୍ଷରେ ୧୨୬୪ କୋଟି ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ୧୩୧୩ କୋଟି ଟଙ୍କା ବିଜ୍ଞାପନ ବାବଦରେ ମୋଦି ସରକାର ଖର୍ଚ୍ଚ କରିଛନ୍ତି । ଏହାସହ ଆଗୁଆ ୨୦୧୮-୧୯ ପାଇଁ ମଧ୍ୟ ୧୬୨ କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଥିବା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ।

ତେବେ ସବୁଠାରୁ ଅଧିକ ଖର୍ଚ୍ଚ ଯଥା ୨,୧୨୮ କୋଟି ଟଙ୍କା ସମ୍ବାଦ ପତ୍ରିକା ଓ ବୈଦୁତିକ ଟିଭି ଚାନେଲ୍ସ ଜରିଆରେ ୨,୧୩୧ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ବିଜ୍ଞାପନ ବାବଦରେ ଖର୍ଚ୍ଛ କରିଛଡ଼୍ତି । ଏବଂ ୬୨୦ କୋଟି ଟଙ୍କା ବାହ୍ୟ ପ୍ରଚାର ପ୍ରସାରରେ ଖର୍ଚ୍ଚ କରିଛନ୍ତି ମୋଦି ସରକାର । ଏଭଳି ବ୍ୟୟବହୁଳ ବିଜ୍ଞାପନ ଖର୍ଚ୍ଚ ଟେଲିଭିଜନ, କମ୍ୟୁନିଟି ରେଡିଓ, ଡିଜିଟାଲ ସିନେମା, ଇଂଣ୍ଟର ନେଟ, ଏମଏମଏମସ ମଧ୍ୟମରେ ବ୍ୟୟ କରାଯାଇଛି । ଦେଶର ପାଖାପାଖି ୮୬୭ ଟି ଘରୋଇ ସ୍ୱୀକୃତୀ ପ୍ରାପ୍ତ ଟିଭି ଚାନେଲ୍ସଙ୍କୁ ମିଳିଥିବା ବେଳେ, ୨୩୬ ଘରୋଇ ସାଟେଲାଇଟ୍ ଚାନେଲ୍ସଙ୍କୁ ଅନେକ କାରଣ ଯୋଗୁଁ ବିଜ୍ଞାପନରୁ ବାଦ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ରାଠୋର କହିଛନ୍ତି ।

narendra modi

ଅନ୍ୟପଟେ ଗତ କିଛି ଦିନ ତଳେ ଏକ ଆରଟିଆଇ ତଥ୍ୟରୁ ମୋଦି ସରକାରଙ୍କ ୩ବର୍ଷର ବିଜ୍ଞାପନ ଖର୍ଚ୍ଚ ବାବଦରେ ଜଣାପଡିଥିଲେ । ଯେଉଁଥିରେ ମୋଦି ସରକାର ନିଜର ପ୍ରଚାର ପ୍ରସାର ପାଇଁ ୩ ହଜାର ୭୫୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ରିପୋର୍ଟରେ ସର୍ବାଧିକ ଖର୍ଚ ହୋଇଛି ପ୍ରିଣ୍ଟ ମିଡିଆ ବିଜ୍ଞାପନ ବାବଦରେ ହୋଇଥିବା ଉଲ୍ଲେଖ ରହିଥିଲା । ଆହୁରି ଏକ ରୋଚକ ଖବର ଥିଲା , ଜୁନ ୨୦୧୪ରୁ ଅଗଷ୍ଟ ୨୦୧୬ ଭିତରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ହୋଇଥିବା ବିଜ୍ଞାପନରେ ଖର୍ଚ୍ଚ ହୋଇଛି ୧୧୦୦ କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରିଥବା ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା ।