କେନ୍ଦ୍ର କୃଷିମନ୍ତ୍ରୀଙ୍କ ବଡ ବୟାନ ! କହିଲେ, ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ୨୦୨୨ ସୁଦ୍ଧା ଦୁଇଗୁଣା ହେବ ଚାଷୀଙ୍କ ଆୟ ।

34

କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ଚାଷୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତିଟି ବାଧାବିଘ୍ନକୁ ସାମ୍ନା କରିବା ସହ ୨୦୨୨ ସୁଦ୍ଧା ଚାଷୀମାନଙ୍କର ଆୟକୁ ଦୁଇଗୁଣା କରିବେ । ଆଉ ଏଥିପାଇଁ ସେ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ମଧ୍ୟ ସେ କହିଛନ୍ତି । କୃଷିମନ୍ତ୍ରୀ କହିଛନ୍ତି, ମୋଦି ସରକାର ଚାଷ ଛଡା, ମତ୍ସ୍ୟ ପାଳନ, ଡାଏରୀ ଫାର୍ମିଂ ଭଳି ଅନେକ କ୍ଷେତ୍ରରେ ଭାରି ମାତ୍ରାରେ ଅର୍ଥ ନିବେଶ କରୁଛନ୍ତି । କୃଷିମନ୍ତ୍ରୀଙ୍କ ଅନୁଯାୟୀ, ନରେନ୍ଦ୍ର ମୋଦିଙ୍କ କହିବା କଥା, ଦେଶର ଖଜଣା ଉପରେ ଯଦି ପ୍ରଥମ ଅଧିକାର କାହାର ଥାଏ, ତେବେ ସେମାନେ କୃଷକ ଅଟନ୍ତି ।

କୃଷିମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି, ଆମଦାନୀ ବଢାଇବା ପାଇଁ ଡାଏରୀ, ମତ୍ସ୍ୟ ପାଳନ ଆଦି କ୍ଷେତ୍ରକୁ ଆଗକୁ ବଢାଇବା ଜରୁରୀ ଅଟେ । ଚୀନର ରାଜଧାନୀରେ ଦୁଗ୍ଧ ଏବଂ ପରିବା ଆଖପାଖ ଅଞ୍ଚଳରୁ ଆସିଥାଏ । କିନ୍ତୁ ଦିଲ୍ଲୀରେ ଏହି ସବୁ ଜିନିଷ ତେଲେଙ୍ଗାନା କିମ୍ବା କୋଲକାତା ଠାରୁ ଆମଦାନୀ କରିବାକୁ ପଡିଥାଏ । କୃଷି ମନ୍ତ୍ରୀ ଦୃଢତାର ସହ କହିଛନ୍ତି ଯେ, ୨୦୨୨ ସୁଦ୍ଧା ଦିଲ୍ଲୀରେ, ଦୁଗ୍ଧ ଏବଂ ପରିବାର ଆମଦାନୀ ଏନସିଆର ଅଞ୍ଚଳରୁ ହେବ । କୃଷିମନ୍ତ୍ରୀ କହିଛନ୍ତି, ମୋଦି ସରକାର ଫସଲ ବୀମା ରୂପରେ ଚାଷୀମାନଙ୍କ ପାଇଁ ସୁରକ୍ଷା କବଚ ଦେଇଛନ୍ତି । ଏବଂ ଆଗାମୀ ଦିନରେ ଚାଷୀମାନଙ୍କୁ ପାଇଁ ଆହୁରି ଅଧିକ ଯୋଜନା ସରକାର ଆଣିବେ ବୋଲି କୃଷିମନ୍ତ୍ରୀ କହିଛନ୍ତି ।