ଛାନିଆ ହେଲାଣି ପାକିସ୍ତାନ ! ଇମ୍ରାନଙ୍କ ମନ୍ତ୍ରୀ କହିଲେ, ୨୦୧୯ ନିର୍ବାଚନ ପୂର୍ବରୁ ମୋଦି ସରକାର କରିପାରନ୍ତି ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ

233

ଭାରତ ପୁଣିଥରେ କରିପାରେ ଆଉଏକ ସର୍ଜିକାଲ ଷ୍ଟ୍ରାଇକ । ଏକଥା ଖୋଦ ପାକିସ୍ତାନର ମନ୍ତ୍ରୀ ଆଶଙ୍କା କରିଛନ୍ତି । ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ କହିଛନ୍ତି, ଆଗାମୀ କିଛି ମାସ ପାକିସ୍ତାନ ପାଇଁ ବେଶ ବିପଦ ରହିଛି । ଖାସକରି ଆସନ୍ତା ବର୍ଷ ଭାରତରେ ସାଧାରଣ ନିର୍ବାଚନ ଥିବାରୁ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ମୋଦି ସରକାର କରିପାରନ୍ତି ବୋଲି ରସିଦ କହିଛନ୍ତି । ୫ଟି ରାଜ୍ୟରେ ପରାଜୟ ପରେ ଏବେ ମୋଦି ସରକାର ସୀମାରେ ସର୍ଜିକାଲ ଷ୍ଟ୍ରାଇକ କରି ଭୋଟର ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରିବାକୁ ଯୋଜନା କରୁଛନ୍ତି ।

ଖାସକରି ସର୍ଜିକାଲ ଷ୍ଟ୍ରାଇକ ଦ୍ୱାରା ଭାରତୀୟଙ୍କ ମନରେ ପାକ୍ ବିରୋଧୀ ହାୱାକୁ ବଢାଇବାକୁ ମୋଦି ସରକାର ପ୍ରୟାସ କରିବେ ବୋଲି କହିଛନ୍ତି ପାକ୍ ମନ୍ତ୍ରୀ । ଏଥିପାଇଁ ସେ ସୀମା ସେପଟେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ସେ ପଛେଇବେ ନାହିଁ । ତେବେ ଏହାର ଉତ୍ତର ରଖିଛି ବଜେପି । ବିଜେପି ମୁଖପାତ୍ର ନଲୀନ କୋହଲୀ କହିଛନ୍ତି ଯେ ପାକିସ୍ତାନ ମନ୍ତ୍ରୀଙ୍କ ଏହି କଥା ପାକିସ୍ତାନର ସ୍ୱୀକାରୋକ୍ତି ଯେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା । ଏହା ମଧ୍ୟ ସତ ଯେ ସୀମା ସେପଟେ ଆହୁରି ଆତଙ୍କବାଦୀ କ୍ୟାମ୍ପ ରହିଛି ।

ପୂର୍ବରୁ ୨୦୧୬ ମସିହା ସେପ୍ଟେମ୍ବର ୨୯ରେ ପାକିସ୍ତାନ ମାଟିରେ ଭାରତୀୟ ସେନା କରିଥିଲା ସର୍ଜିକାଲ ଷ୍ଟ୍ରାଇକ । ଏଲଓସି ଠାରୁ ୭୦୦ ମିଟର ପର୍ଯ୍ୟନ୍ତ ଭାରତୀୟ ସେନା ପ୍ରବେଶ କରିବା ସହ ପାକିସ୍ତାନ ମାଟିରେ ଥିବା ଆତଙ୍କବାଦୀ ଲଞ୍ଚିଂ ପ୍ୟାଡକୁ ଧ୍ୱଂସ କରିବା ସହ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଏପରିକି ସେମାନଙ୍କୁ ସହାୟତା ଦେଉଥିବା ପାକିସ୍ତାନର ୨୦ ଜଣ ଯବାନ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକରେ ନିହତ ହୋଇଥିଲେ ।