ମୋଦି ସରକାର ପୂରଣ କରିବେ ୨.୮ଲକ୍ଷ ପଦବୀ ! ଜାଣନ୍ତୁ କେଉଁ ବିଭାଗରେ କେତେ କର୍ମଚାରୀ ପାଇବେ ନିଯୁକ୍ତି

21

ଦେଶବାସୀଙ୍କ ପାଇଁ ଆସିଗଲା ଅଛେ ଦିନ୍  । କାରଣ ମୋଦି ସରକାର ଖୁବ୍‌ ଶୀଘ୍ର ଅଢ଼େଇ ଲକ୍ଷରୁ ଅଧିକ ଖାଲିଥିବା ପଦବୀ ପୂରଣ କରିବାର ଯୋଜନା ଚଳାଇଛନ୍ତି । ଏବେ ନଜର ପକାନ୍ତୁ କେଉଁ ବିଭାଗରେ କେତେ କର୍ମଚାରୀ ପାଇବେ ନିଯୁକ୍ତି  ।

କଳଧନା ବିରୋଧରେ ସରକାର ଲଗାଇଥିବା ଅଙ୍କୁଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆୟକର ବିଭାଗରେ ଅଧିକ କର୍ମଚାରୀ ଭର୍ତ୍ତି ହୋଇ ପାରନ୍ତି ବୋଲି ଖବର ପ୍ରକାଶ ପାଇଛି । ଏହା ବ୍ୟତୀତ କଷ୍ଟମ, ଏକ୍ସସାଇଜ ବିଭାଗ ଓ ପୁଲିସକର୍ମୀ ପଦରେ ନୂତନ କର୍ମଚାରୀ ପ୍ରଦାନ କରାଯିବ ।

ସୂଚନା ଅନୁଯାୟୀ , ଆୟକର ବିଭାଗରେ ବର୍ତ୍ତମାନ ୪୬,୦୦୦ କର୍ମଚାରୀ କାର୍ଯ୍ୟରତ ଥିଲା ବେଳେ ୨୦୧୮ ସୁଦ୍ଧା ୮୦୦୦୦ କର୍ମଚାରୀଙ୍କୁ ନିଯୁକ୍ତ ଦିଆଯିବ । ସେହିପରି କଷ୍ଟମ ଓ ଏକ୍ସସାଇଜ୍‌ ବିଭାଗରେ ୪୧୦୦୦ ଅତିରିକ୍ତ କର୍ମଚାରୀ ଆସିବେ । ଅର୍ଥାତ୍‌ ୫୦୬୦୦ କର୍ମଚାରୀରୁ ୯୧୭୦୦କର୍ମଚାରୀ ରହିବେ । ତେବେ ବର୍ତ୍ତମାନ ରେଲେଓ୍ଵ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ନାହିଁ । ସେନା ପରେ ରେଲେଓ୍ଵ ହେଉଛି ସବୁଠାରୁ ଅଧିକ କର୍ମଚାରୀ ଥିବା ବିଭାଗ । ବର୍ତ୍ତମାନ ରେଲେଓ୍ଵ  କର୍ମଚାରୀଙ୍କ ସଂଖ୍ୟା ୧୩.୩୧ ଲକ୍ଷ ରହିଛି ।

ବିଦେଶ ମନ୍ତ୍ରଣାଳୟରେ ୨୦୦୦ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ୨୦୧୬ ମସିହାରେ ଏହାର କର୍ମଚାରୀଙ୍କ ସଂଖ୍ୟା ୯୨୯୪ ଥିଲା, ଯାହାକି ୨୦୧୮ ବୃଦ୍ଧି ପାଇ ୧୧୪୦୩ ହେବ । ସେହିପରି ସୂଚନା ପ୍ରସାରଣ ମନ୍ତ୍ରଣାଳୟର କର୍ମଚାରୀଙ୍କ ସଂଖ୍ୟା ୪୦୧୨ ରୁ ବୃଦ୍ଧି ପାଇ ୬୨୫୮ ହେବ ଏବଂ କ୍ୟାବିନେଟ୍‌ ସଚିବାଳୟରେ ବର୍ତ୍ତମାନ କର୍ମଚାରୀଙ୍କ ସଂଖ୍ୟା ୯୨୧ ରହିଛି ।  ଆଗାମୀ ଦିନରେ କର୍ମଚାରୀଙ୍କ ସଂଖ୍ୟା ୧୨୧୮ କରାଯିବ । ଏହା ବ୍ୟତୀତ ସ୍ପେସ୍‌, ଅଟୋମେଟିକ୍‌ ଏନାର୍ଜି ଡିପାର୍ଟମେଣ୍ଟମାନଙ୍କରେ ବି କର୍ମଚାରୀଙ୍କ ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ଯୋଜନା କରିଛନ୍ତି ସରକାର ।

ଏହା ସହ ପଢନ୍ତୁ ମୋଦିଙ୍କ ତିନିଟି ଐତିହାସିକ ପଦକ୍ଷେପ ! ଯାହା ଦୋହଲାଇ ଦେଇଛି ସମଗ୍ର ବିଶ୍ୱକୁ