ଭିଆଇପି ସଂସ୍କୃତି ବିରୋଧରେ ପ୍ରଧାନମନ୍ତ୍ରୀ ! ହେଲେ ୪୭୫ ଜଣଙ୍କୁ ଦେଇଛନ୍ତି ହାଇଫାଇ ସୁରକ୍ଷା . . . ମନମୋହନ ସିଂହକୁ ଟପିଗଲେ ମୋଦି

43

କନକ ବ୍ୟୁରୋ : ଭିଆଇପି ସଂସ୍କୃତିର ଶକ୍ତ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି କିଛିଦିନ ତଳେ ଏହି ଭିଆଇପି ସଂସ୍କୃତିରେ ଲଗାମ୍ ଲଗାଇବାକୁ ଯାଇ ନାଲିବତି ଉପରେ କଟକଣା ଜାରି କରିଥିଲେ ମୋଦି । କିନ୍ତୁ କଣ ଆପଣ ଜାଣନ୍ତି ଏହି ଭିଆଇପି ସଂସ୍କୃତିକୁ ବିରୋଧ କରୁଥିବା ମୋଦି ସ୍ୱତନ୍ତ୍ର ବ୍ୟବସ୍ଥା ଦେବାରେ ମନମୋହନ ସରକାରଙ୍କୁ ମଧ୍ୟ ଟପି ଯାଇଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ୪୭୫ ଜଣଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଯାହାକୁ ଆପଣ ଭିଆଇପି ଷ୍ଟାଟସ୍ ମଧ୍ୟ କହିପାରନ୍ତି ଯୋଗାଇଦେଉଛି । କିନ୍ତୁ ୟୁପିଏ ସରକାର ୩୫୦ ଜଣଙ୍କ ପାଇଁ ଏହି ସୁରକ୍ଷା ବ୍ୟବସ୍ଥା ଦେଇଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ସ୍ୱତନ୍ତ୍ର ସୁରକ୍ଷାକୁ ଫେରାଇନେବାକୁ ଯୋଜନା କରୁଛନ୍ତି ମୋଦି ସରକାର ।

ଲାଲୁ , ରମଣ ସିଂ ଏବଂ ଅଖିଲେଶ ଯାଦବଙ୍କ ସୁରକ୍ଷା ବିପଦରେ :
laluଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ କିଛି ନେତାଙ୍କୁ ଏନଏସଜି ସୁବିଧା ଦିଆଯାଇଛି । କିନ୍ତୁ ଏମାନଙ୍କ ମଧ୍ୟରୁ ଅନେକଙ୍କ ଏନଏସଜି ସୁରକ୍ଷା ଏବେ ଚାଲି ଯାଇପାରେ । ଲାଲୁ ଯାଦବଙ୍କୁ ନ କେବଳ ଏନଏସଜି ସୁରକ୍ଷା ଦିଆଯାଇଛି ବରଂ ସିଆରପିଏଫ୍ ସୁରକ୍ଷା ମଧ୍ୟ ଦିଆଯାଇଛି । ଯେତେବେଳେ କି ଲାଲୁ ନା କୌଣସି ନେତା କିମ୍ବା ସାଂସଦ ଅଛନ୍ତି । କେବଳ ସେତିକି ନୁହେଁ ଲାଲୁ ବହୁତ୍ କମ୍ ବିହାର ବାହାରକୁ ଯାଆନ୍ତି ।

ଏସବୁକୁ ଆଖି ଆଗରେ ରଖି ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କମ୍ କରାଯାଇପାରେ । ଲାଲୁଙ୍କ ବ୍ୟତୀତ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ୍ ଯାଦବ, ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂ, ଡିଏମକେ ନେତା କରୁଣାନିଧିଙ୍କ ସୁରକ୍ଷାମଧ୍ୟ ହଟାଯାଇପାରେ । ଏହି ସବୁ ନେତା ମାନଙ୍କୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ମିଳିଛି । ମୋଟାମୋଟି ୫୦ନେତାଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି । ଯେତେବେଳେ କି ୟୁପିଏ ସରକାରଙ୍କ ସମୟରେ ପ୍ରାୟ ୨୬ ଜଣ ନେତାଙ୍କୁ ଏହି ସୁରକ୍ଷା ଦିଆଯାଇଥିଲା ।

ସୁରକ୍ଷାକର୍ମୀଙ୍କ ସହ ଖରାପ ବ୍ୟବହାର :
ଖବର ଅନୁଯାୟୀ, ନେତା ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କମ୍ କରିବା କଷ୍ଟକର କାମ । କାରଣ ଏହାକୁ ନେଇ ଅନେକ ରାଜନୈତିକ ଚାପ ରହିଛି । ତେବେ ଅନେକ ନେତାଙ୍କ ବିରୋଧରେ ଅଭିଯୋଗ ଯେ ସେମାନେ ସୁରକ୍ଷାକର୍ମୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ତେଣୁ ସୁରକ୍ଷା ବ୍ୟବସ୍ଥା ହଟାଇବାର ଏହା ମଧ୍ୟ ଏକ କାରଣ ବୋଲି ଶୁଣିବାକୁ ମିଳିଛି ।

କେଉଁ ମାନଙ୍କୁ ମିଳିଛି ସୁରକ୍ଷା ବ୍ୟବସ୍ଥା :

ରାମଦେବ ଏବଂ ସାକ୍ଷୀ ମହାରାଜଙ୍କୁ ସୁରକ୍ଷାରେ ଯବାନ୍ :
ଯୋଗ ଗୁରୁ ବାବା ରାମ ଦେବଙ୍କ ସୁରକ୍ଷାରେ ପୁଲିସକର୍ମୀ ଏବଂ ପାରାମିଲିଟାରୀ ଯବାନ୍ ଅଛନ୍ତି । ସେହିପରି ଆଧ୍ୟତ୍ମିକ ଗୁରୁ ମାତା ଅତୃତାମୟୀଙ୍କୁ ଜେଡ୍ କାଟେଗୋରୀ ସୁରକ୍ଷା ଦିଆଯାଇଛି । ସେହିପରି ସବୁବେଳେ ବିବାଦ ଘେରରେ ରହୁଥିବା ସାକ୍ଷୀ ମହାରାଜଙ୍କୁ ୱାଇ କାଟେଗୋରୀ ସୁରକ୍ଷା ଦିଆଯାଇଛି ।

ୟୁପିରେ ସବୁଠାରୁ ଅଧିକ ଭିଆଇପି :
କେବଳ ନେତା ନୁହଁନ୍ତି ସେମାନଙ୍କ ପିଲାମାନଙ୍କୁ ମଧ୍ୟ ଏନଏସଜି ସୁରକ୍ଷା ଦିଆଯାଇଛି । ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ପୁଅ ପଙ୍କଜ ସିଂହ ଯିଏକି ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି ତାଙ୍କୁ ମଧ୍ୟ ସୁରକ୍ଷା ଦିଆଯାଉଛି । ପ୍ରାୟ ୧୫ ଜଣ ନେତାଙ୍କ ପିଲାମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଦିଆଯାଇଛି । ସୂଚନା ଅନୁସାରେ, ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ଭିଆଇପି ଲୋକଙ୍କୁ ସୁରକ୍ଷା ଦିଆଯାଉଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଯୋଗୀ ଆଦିତ୍ୟନାଥ, ମୁଲାୟମ୍ ସିଂହ ଯାଦବ, ଅଖିଲେଶ୍ ଯାଦବ ଏବଂ ମାୟାବତୀ । ଏନଏସଜି ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରାୟ ୧୫ ଜଣ ନେତାଙ୍କ ସୁରକ୍ଷା ପାଇଁ ବ୍ଲାକ୍ କ୍ୟାଟ୍ କମାଣ୍ଡୋ ନିୟୋଜିତ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ସର୍ବଦାନନ୍ଦ ସୋନେବାଲ୍ ।

ମୁକେଶ୍ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କୁ ମଧ୍ୟ ଦିଆଯାଇଛି ସୁରକ୍ଷା :
nita-and-mukesh-marriage୭୫ଜଣ ଭିଆଇପିଙ୍କ ସୁରକ୍ଷାରେ ସିଆରପିଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଛି । ଯେଉଁଥିରେ ଅମିତ୍ ଶାହା ଏବଂ ନୀତିନ୍ ଗଡକାରୀ । ଏହା ସହ ୭୫ ଜଣ ଭିଆଇପିଙ୍କ ପାଇଁ ସିଆଇଏସଏଫ୍ ଯବାନଙ୍କୁ ରଖାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଅଜିତ୍ ଡୋଭାଲ୍ , କିରଣ୍ ରିଜ୍ଜୁ । ମୁକେଶ୍ ଅମ୍ବାନୀ ଜେଡ୍ କ୍ୟାଟେଗୋରୀ ସୁରକ୍ଷା ଦିଆଯାଇଥିବା ବେଳେ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ୱାଇ କ୍ୟାଟୋଗୋରୀ ସୁରକ୍ଷା ଦିଆଯାଇଛି ।

ତେବେ ଏହି ସବୁ ନେତା ଏବଂ ଭିଆଇପିମାନଙ୍କ ମଧ୍ୟରୁ କାହାର ସୁରକ୍ଷା ବ୍ୟବସ୍ଥା ହଟାଯିବ ଏବଂ କାହାର ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।