ନିର୍ବାଚନ ଆଗରୁ ମୋଦି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ! ୩୦ଟି ପ୍ରସ୍ତାବ ଉପରେ ଲାଗିଛି କେନ୍ଦ୍ର କ୍ୟାବିନେଟର ମୋହର, ପ୍ରତିଷ୍ଠା ହେବ ୫୦ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

218

କନକ ବ୍ୟୁରୋ : ଯେକୌଣସି ସମୟରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସମ୍ଭାବନା ଥିବା ବେଳେ କେନ୍ଦ୍ର କ୍ୟାବିନେଟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ୩୦ଟି ନିଷ୍ପତ୍ତି ଉପରେ ମୋହର ଲାଗିଛି । ୫୦ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, ଇନ୍ଫ୍ରାଷ୍ଟ୍ରକଚର ଓ ଶକ୍ତି କ୍ଷେତ୍ରରେ ବିକାଶ ପାଇଁ କେତେକ ପ୍ରକଳ୍ପର ନିଷ୍ପତ୍ତି, ପୂର୍ବତନ ସେନା କର୍ମଚାରୀଙ୍କ ସ୍ୱାସ୍ଥ୍ୟବୀମା ପରିସୀମାରେ ବୃଦ୍ଧି କରାଯାଇଛି ।

ଦିଲ୍ଲୀ ମେଟ୍ରୋର ବିକାଶ ପାଇଁ ମଧ୍ୟ ନିଷ୍ପତି ନେଇଛି କ୍ୟାବିନେଟ । ୩୧ ହଜାର ୫୬୦ କୋଟି ଟଙ୍କା ଶକ୍ତି ପ୍ରକଳ୍ପ ରହିଛି । ଏହା ସହ ଓଡିଶା ଓ ପଶ୍ଚିମ ବଙ୍ଗର ନାରାୟଣଗଡ-ଭଦ୍ରକ ମଦ୍ୟରେ ତୃତୀୟ ରେଲ ଲାଇନ ପାଇଁ ୧୮୬୬ କୋଟି ଟଙ୍କା ମଂଜୁର କରିଛି କେନ୍ଦ୍ର କ୍ୟାବିନେଟ । ଅବ୍ୟବହୃତ ହୋଇ ପଡିରହିଥିବା ଏୟାରଷ୍ଟ୍ରିପ୍ର ବିକାଶ ପାଇଁ ୪୫୦୦ କୋଟି ଟଙ୍କା ମଂଜୁର କରାଯାଇଛି । ପୂର୍ବତନ ସେନା କର୍ମଚାରୀଙ୍କ ସ୍ୱାସ୍ଥ୍ୟବୀମା ପରିସୀମା ବୃଦ୍ଧି ଫଳରେ ୪୦ ହଜାରରୁ ଅଧିକ ପୂର୍ବତନ ସେନା କର୍ମଚାରୀ ଲାଭବାନ ହେବେ ବୋଲି ଜଣାପଡିଛି ।