ଗାଈ ସେବାରେ ମୋଦି ସରକାର ! ତିଆରି ହେବ ଗାଈ ମନ୍ତ୍ରାଳୟ

29

ଗାଈ ସେବାରେ ମୋଦି ସରକାର । ମୋଦି ସରକାର ତିଆରି କରିବେ ଗାଈ ମନ୍ତ୍ରାଳୟ । ନିକଟରେ ଗାଈଙ୍କ ପାଇଁ ଏକ ନୂଆ ମନ୍ତ୍ରାଳୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଲକ୍ଷ୍ନୌରେ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଗାଈ ମନ୍ତ୍ରାଳୟ ପାଇଁ ଅନେକ ଅନୁରୋଧ ଆସୁଛି ଏବଂ ଏ ଦିଗରେ ଆଲେଚନା ଜାରି ରହିଛି ବୋଲି ଅମିତ ଶାହ ପ୍ରକାଶ କରିଛନ୍ତି ।

ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ଅମିତ ଶାହ ନିକଟରେ ଏକ ପ୍ରେସ କନଫରେନ୍ସରେ ଉପସ୍ଥିତ ଥିଲେ । କେଉଁ ମନ୍ତ୍ରାଳୟ ପାଇଁ ଜନାଦେଶ ହେବ ସେ ନେଇ କିଛି ସ୍ପଷ୍ଟ କରିନଥିଲେ ହେଁ ଗାଈ ମନ୍ତ୍ରାଳୟ ତିଆରି ହେବ ବୋଲି ତାଙ୍କ କଥାରୁ ଜଣାପଡ଼ୁଥିଲା । ଗାଈଙ୍କ ସୁରକ୍ଷା ଦିଗରେ ପ୍ରଥମ ଥର ପାଇଁ ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଯୋଗୀ ଆଦିତ୍ୟନାଥ ଏପରି ମନ୍ତ୍ରାଳୟର ଦାବି କରିଥିଲେ ।

ବିଜେପି ଶାସିତ ରାଜସ୍ଥାନ ଦେଶର ପ୍ରଥମ ରାଜ୍ୟ ଯେଉଁଠି ଗାଈଙ୍କ କଲ୍ୟାଣ ପାଇଁ ମନ୍ତ୍ରୀ ନିୟୋଜିତ ହୋଇଛନ୍ତି । ୨୦୧୪ରେ ମୋଦି ସରକାର ଶାସନ ଭାର ସମ୍ଭାଳିବା ପରେ ଦେଶବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ । ସେଥିମଧ୍ୟରୁ ଗୋହତ୍ୟା ଉପରେ ଜାତୀୟ ପ୍ରତିବନ୍ଧ ଲାଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୋଦି ସରକାର । ଗତ ଏପ୍ରିଲ ମାସରେ ଗୃହ ମନ୍ତ୍ରାଳୟ ଗାଈଙ୍କ ଚିହ୍ନଟ ପାଇଁ ଆଧାର କାର୍ଡ଼ ପ୍ରଦାନ କରିବାର ଯୋଜନା ମଧ୍ୟ କରିଥିଲେ ।

ଏହାସହ ମୋଦି ଗୁଜରାଟରେ ଗୋହତ୍ୟାର ଦଣ୍ଡ ସୂରୂପ ଆଜୀବନ ଜେଲଦେଣ୍ଡ ଘୋଷଣା କରିଥିଲେ । ଲକ୍ଷ୍ନୌରେ ଶାହ, ମୋଦିଙ୍କୁ ଭାରତର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ କହିଥିଲେ । ଏହାସହ ଅମିତ ଶାହ ଦାବି କରିଥିଲେ ବିଜପି ଶାସନ କାଳରେ ଦେଶରେ ପରିବାରବାଦ, ଜାତି ବାଦର ରାଜନୀତି ଶେଷ କରିବାରେ ସରକାର ସଫଳ ରହିଛନ୍ତିି । ଶାହା ଦାବି କରିଛନ୍ତି, ଯେତବେବେଳ ଉପା ସରକାର ଶାସନ ଥିଲା ତା ତୁଳନାରେ ଏବେ ଉତ୍ତରପ୍ରଦେଶକୁ ୨.୩ ଗୁଣ ଅଧିକ ସହୟତା ଯୋଗାଇ ଦିଆଯାଇଛି ।

ମୋଦି ବିଗତ ଦିନରେ ଦେଶରେ ହେଉଥିବା ଗୋହତ୍ୟା ଓ ଗୋଚାଲାଣକୁ ନିନ୍ଦା କରିବା ସହ ତାର ଶକ୍ତ ବିରୋଧ କରିଛନ୍ତି । ଏହି ମାମଲା ସଂସଦର ମୌସୁମି ଅଧିବେସନରେ ମଧ୍ୟ ଆଲୋଚନା ହୋଇଥିଲା ଏବଂ ଗୋହତ୍ୟା ମାମଲା ପାଇଁ ବିପକ୍ଷ ଦଳ ସହ ବେଶ ଗୃହରେ ହଙ୍ଗାମା ମଧ୍ୟ ସୃଷ୍ଟି ହୋଇଥିଲା ।