ସାଧାରଣ ଲୋକଙ୍କ ପାଇଁ ଖୁସି ଖବର, ଆଉ ହେବନି ରାସନକାର୍ଡରେ ଜାଲିଆତି : ମୋଦି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

66

କେନ୍ଦ୍ର ସରକାର ଜନସାଧାରଣଙ୍କ ପାଇଁ କେତେକ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହା ଅଧିନରେ ଥିବା ପୁରୁଣା ବ୍ୟବସ୍ଥା ଗୁଡିକୁ ପରିବର୍ତ୍ତନ କରିବାର ଯୋଜନା ରହିଛି । ଏହି ଦିଗରେ ମୋଦି ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ମୋଦି ସରକାର ଏମିତି ଏକ ବ୍ୟବସ୍ଥା କରିବାକୁ ଯାଉଛନ୍ତି, ଯାହା ଦ୍ୱାରା ଆପଣ ଦେଶ ସାରା ଗୋଟିଏ ରାସନକାର୍ଡର ବ୍ୟବହାର କରିପାରିବେ । କେବଳ ଏତିକି ହି ନୁହେଁ ଏହା ଦ୍ୱାରା ଜାଲି ରାସନକାର୍ଡ ତିଆରି କରୁଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ରୋକ ଲଗାଯିବ ।

ପ୍ରକୃତରେ ଆଧାର କାର୍ଡ ହିସାବରେ ପ୍ରତ୍ୟେକ ରାସନକାର୍ଡକୁ ଏକ ବିଶିଷ୍ଟ ପରିଚୟ ପତ୍ର ପ୍ରଦାନ କରିବା ପାଇଁ ସରକାର ପ୍ରସ୍ତୁତ କରିଛନ୍ତି । ଏହା ଦ୍ୱାରା ନକଲି ରାସନକାର୍ଡ ବନାଇବା ମୁସ୍କିଲ ହୋଇଯିବ । ଏହା ସହିତ ଏକ ଅନଲାଇନ ଏକୀକୃତ ସିଷ୍ଟମ ନିର୍ମାଣ କରିବାର ବ୍ୟବସ୍ଥା କରିଛନ୍ତି ସରକାର । ଏହି ସିଷ୍ଟମରେ ରାସନକାର୍ଡର ଡାଟାକୁ ଷ୍ଟୋର କରାଯିବ । GSTN ଆଧାରରେ ଏହି ଇଣ୍ଟିଗ୍ରେଟେଡ ସିଷ୍ଟମର ନାମ ହେବ INTEGRATED MANAGEMENT OF PUBLIC DISTRIBUTION SUSTEM NETWORK (IMPDSN).

ଯଦି ଦେଶର କୈାଣସି ସ୍ଥାନରେ ରାସନକାର୍ଡରେ ଜାଲିଆତି କରିବାର ଚେଷ୍ଟା କରାଯିବ, ତେବେ ଏହି ସିଷ୍ଟମ ଜରିଆରେ ଜଣାପଡିଯିବ । ଏହାପରେ ଯଦି କେହି ନୂଆ ରାସନକାର୍ଡ ତିଆରି କରିବା ପାଇଁ ଯାଉଛନ୍ତି, ତେବେ ସେମାନେ ସେମିତି କରିପାରିବେ ନାହିଁ । ଏହି ସିଷ୍ଟମର ସବୁଠୁ ବଡ ଫାଇଦା ଏହା ଯେ କୈାଣସି ବି ହିତାଧିକାରୀ ଦେଶର ଯେକୈାଣସି ସ୍ଥାନରେ ରାସନ ଦୋକାନରେ ସବସିଡିରେ ମିଳୁଥିବା ଖାଦ୍ୟ ନେଇପାରିବେ । ଆସନ୍ତା ମାସରୁ ଏହି ବ୍ୟବସ୍ଥା ଉପରେ କାମ ଆରମ୍ଭ ହୋଇଯିବ । ଏହାର ସିଧାସଳଖ ଫାଇଦା ସେମାନଙ୍କୁ ହେବ ଯେଉଁମାନେ ନିଜ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଚାକିରୀ ପାଇଁ ଯାଇଛନ୍ତି । ଏହି ସମୟରେ ହିତାଧିକାରୀ ନିଜ ଗାଁ ବା ଆଖପାଖ ଦୋକାନରୁ ସବସିଡିରେ ମିଳୁଥିବା ଖାଦ୍ୟ କିଣିପାରିବେ ।

ଏହି ସିଷ୍ଟମ ଆରମ୍ଭ ହୋଇଗଲା ପରେ ଅନ୍ୟ ରାଜ୍ୟକୁ ଚାକିରୀ ପାଇଁ ଯାଉଥିବା ଲୋକଙ୍କୁ ଯେକୈାଣସି ସ୍ଥାନରୁ ବି ରାସନ ନେବାର ସୁବିଧା ମିଳିବ । ବର୍ତ୍ତମାନ ସମୟରେ ଦେଶର କେବଳ ଚାରିଟି ରାଜ୍ୟରେ ଏହି ସୁବିଧା ଅଛି । ସେହି ରାଜ୍ୟ ଗୁଡିକ ହେଲା ରାଜସ୍ଥାନ, ହରିୟାଣା, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ।